ଗାଧୋଇବାବେଳେ ପୋଖରୀରେ ବୁଡି ୨ ଭଉଣୀଙ୍କ ମୃତ୍ୟୁ
ବ୍ରହ୍ମପୁର: ପୋଖରୀ ଗାଧୁଆ ହେଲା କାଳ I ବୁଡ଼ିଯାଇ ୨ ନାବାଳିକା ଭଉଣୀଙ୍କ ମୃତ୍ୟ I ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ନରେନ୍ଦ୍ରପୁର ପଞ୍ଚାୟତ କୀର୍ତ୍ତିପୁର ଗାଁରେ । ମୃତ ଦୁଇ ଭଉଣୀ ହେଲେ ରୋଶନୀ ରାଉତ (୭) ଏବଂ ସନ୍ଧ୍ୟା ରାଉତ(୧୦)। ରୋଶନୀ ଓ ସନ୍ଧ୍ୟା କୀର୍ତ୍ତିପୁରରେ ତାଙ୍କ ଅଜା ନରସୁ ପଲାଇଙ୍କ ଘରେ ରହି ପାଠ ପଢୁଥିଲେ।ଆଜି ଟିଉସନରୁ ଫେରି ୨ ଭଉଣୀ ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ି ଯାଇପ୍ରାଣ […]
ବ୍ରହ୍ମପୁର: ପୋଖରୀ ଗାଧୁଆ ହେଲା କାଳ I ବୁଡ଼ିଯାଇ ୨ ନାବାଳିକା ଭଉଣୀଙ୍କ ମୃତ୍ୟ I ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ନରେନ୍ଦ୍ରପୁର ପଞ୍ଚାୟତ କୀର୍ତ୍ତିପୁର ଗାଁରେ । ମୃତ ଦୁଇ ଭଉଣୀ ହେଲେ ରୋଶନୀ ରାଉତ (୭) ଏବଂ ସନ୍ଧ୍ୟା ରାଉତ(୧୦)। ରୋଶନୀ ଓ ସନ୍ଧ୍ୟା କୀର୍ତ୍ତିପୁରରେ ତାଙ୍କ ଅଜା ନରସୁ ପଲାଇଙ୍କ ଘରେ ରହି ପାଠ ପଢୁଥିଲେ।ଆଜି ଟିଉସନରୁ ଫେରି ୨ ଭଉଣୀ ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ି ଯାଇପ୍ରାଣ ହରାଇଛନ୍ତି । ଖବର ପାଇବା ପରେ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ୨ ଭଉଣୀଙ୍କ ଶବ ପୋଖରୀରୁ ଉଦ୍ଧାର କରାଯାଇଛି I ଘଟଣାସ୍ଥଳରେ ହିଞ୍ଜିଳି ପୋଲିସ ପହଁଚି ଶବ ବ୍ୟବଚ୍ଛେଦ କରାଇବା ସହ ତଦନ୍ତ ଜାରି ରଖିଛି I ଏଭଳି ଏକ ଅଭାବନୀୟ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି।




