ପାରିବାରିକ କଳହରୁ ବିଷ ପିଇଲେ ୨ ଭଉଣୀ
ବୌଦ୍ଧ : ବିଷପିଇ ଦୁଇ ଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ । ପାରିବାରିକ କଳହରୁ ଏହି ଘଟଣା ଘଟିଥିବା ଜଣା ପଡିଛି । ଘଟଣା ପରେ ଉଭୟଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଇ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ବଡ଼ଭଉଣୀଙ୍କ ମୃତ୍ୟୁ ଘଟିଥିବାବେଳେ ସାନଭଉଣୀ ସାନ ଭଉଣୀ ଗୁରୁତର ରହିଛି । ଘଟଣଘାତିଛି ହରଭଙ୍ଗା ଥାନା ମହାଲିକପଡା ଗ୍ରାମରେ । ଘଟନାନୁସାରେ,ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ମହାଳିକ ପଡ଼ାରେ ମଣ୍ଟୁ ସାହୁଙ୍କୁ ବିବାହ କରିଥିଲେ ବଡ଼ ଭଉଣୀ […]
ବୌଦ୍ଧ : ବିଷପିଇ ଦୁଇ ଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ । ପାରିବାରିକ କଳହରୁ ଏହି ଘଟଣା ଘଟିଥିବା ଜଣା ପଡିଛି । ଘଟଣା ପରେ ଉଭୟଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଇ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ବଡ଼ଭଉଣୀଙ୍କ ମୃତ୍ୟୁ ଘଟିଥିବାବେଳେ ସାନଭଉଣୀ ସାନ ଭଉଣୀ ଗୁରୁତର ରହିଛି । ଘଟଣଘାତିଛି ହରଭଙ୍ଗା ଥାନା ମହାଲିକପଡା ଗ୍ରାମରେ ।
ଘଟନାନୁସାରେ,ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ମହାଳିକ ପଡ଼ାରେ ମଣ୍ଟୁ ସାହୁଙ୍କୁ ବିବାହ କରିଥିଲେ ବଡ଼ ଭଉଣୀ ନଳିନୀ ସାହୁ । ତାଙ୍କର ୨ ବର୍ଷର ପୁଅ ରହିଛି । ତେବେ ଗତ ୨ ଦିନ ପୂର୍ବରୁ ସାନ ଭଉଣୀ ଶାଳିନୀ ତାଙ୍କ ଘରକୁ ଆସିଥିଲେ । ଆଜି ଘରେ କେହି ନଥିବା ବେଳେ କୌଣସି କାରଣକୁ ନେଇ ୨ ଭଉଣୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା,ପରେ ୨ ଭଉଣୀ ବିଷ ପିଇ ଦେଇଥିବା ଜଣାପଡିଛି । ଉଭୟଙ୍କୁ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ । ସେଠାରେ ସ୍ଵାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ବଡ଼ ଭଉଣୀ ନଳିନୀ ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ସାନ ଭଉଣୀ ଶାଳିନୀର ଚିକିତ୍ସା ଜାରି ରହିଛି । ଘଟଣାରେ ଖବର ପାଇ ପୋଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।




