ନଦୀରେ ବୁଡ଼ିଯାଇ ୨ ଭଉଣୀଙ୍କ ମୃତ୍ୟୁ
କଳାହାଣ୍ଡି : ନଦୀକୁ ଗାଧୋଇକୁ ଯାଇ ପାଣିରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ । କଳାହାଣ୍ଡି ଜିଲା ସାନ୍ଦୂଲ ନଦୀରେ ବୁଡ଼ିଯାଇ ୨ ଭଉଣୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ୨ ଜଣ ହେଲେ ନର୍ଲା ବ୍ଲକ ଅନ୍ତର୍ଗତ ବିଲାଟ ଗାଁର ନେନା ଦୁର୍ଗା (୧୯) ଏବଂ ରିଙ୍କି ଦୁର୍ଗା (୧୬)। ଆଜି ସକାଳ ୯ଟା ବେଳେ ରିଙ୍କି ଓ ନେନା ଗାଁ ନିକଟସ୍ଥ ସାନ୍ଦୁଲ ନଦୀକୁ ଗାଧୋଇକୁ ଯାଇ ବୁଡ଼ି ଯାଇଥିଲେ । […]
କଳାହାଣ୍ଡି : ନଦୀକୁ ଗାଧୋଇକୁ ଯାଇ ପାଣିରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ । କଳାହାଣ୍ଡି ଜିଲା ସାନ୍ଦୂଲ ନଦୀରେ ବୁଡ଼ିଯାଇ ୨ ଭଉଣୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ୨ ଜଣ ହେଲେ ନର୍ଲା ବ୍ଲକ ଅନ୍ତର୍ଗତ ବିଲାଟ ଗାଁର ନେନା ଦୁର୍ଗା (୧୯) ଏବଂ ରିଙ୍କି ଦୁର୍ଗା (୧୬)। ଆଜି ସକାଳ ୯ଟା ବେଳେ ରିଙ୍କି ଓ ନେନା ଗାଁ ନିକଟସ୍ଥ ସାନ୍ଦୁଲ ନଦୀକୁ ଗାଧୋଇକୁ ଯାଇ ବୁଡ଼ି ଯାଇଥିଲେ । ଖବର ପାଇଁ ନର୍ଲା ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ନଦୀରୁ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ମ. ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠେଇଥିଲେ । ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଛି।




