ରାଜ୍ୟରେ ନିର୍ମାଣ ହେବ ୨ଟି ସେମିକଣ୍ଡକ୍ଟର ୟୁନିଟ

ଭୁବନେଶ୍ୱର : ରାଜ୍ୟରେ ନିର୍ମାଣ ହେବ ୨ଟି ସେମିକଣ୍ଡକ୍ଟର ୟୁନିଟ । ସେମିକଣ୍ଡକଟର ଓ ଥ୍ରୀଡି ଗ୍ଲାସ ମାନ୍ୟୁଫାକଚ୍ୟୁରିଂ ୟୁନିଟକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ଏହାକୁ ଅନୁମୋଦନ କରିଛି । ୧୯୪୩ କୋଟି ଟଙ୍କାରେ ଭୁବନେଶ୍ବର ଠାରେ ସେମିକଣ୍ଡକଟର ଓ ଥ୍ରୀଡି ଗ୍ଲାସ ମାନ୍ୟୁଫାକଚ୍ୟୁରିଂ ୟୁନିଟ ନିର୍ମାଣ ହେବ । ଓଡ଼ିଶାରେ ସେମିକଣ୍ଡକଟର ନିର୍ମାଣକୁ […]

ରାଜ୍ୟରେ ନିର୍ମାଣ ହେବ ୨ଟି  ସେମିକଣ୍ଡକ୍ଟର ୟୁନିଟ
Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ନିର୍ମାଣ ହେବ ୨ଟି ସେମିକଣ୍ଡକ୍ଟର ୟୁନିଟ । ସେମିକଣ୍ଡକଟର ଓ ଥ୍ରୀଡି ଗ୍ଲାସ ମାନ୍ୟୁଫାକଚ୍ୟୁରିଂ ୟୁନିଟକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ଏହାକୁ ଅନୁମୋଦନ କରିଛି । ୧୯୪୩ କୋଟି ଟଙ୍କାରେ ଭୁବନେଶ୍ବର ଠାରେ ସେମିକଣ୍ଡକଟର ଓ ଥ୍ରୀଡି ଗ୍ଲାସ ମାନ୍ୟୁଫାକଚ୍ୟୁରିଂ ୟୁନିଟ ନିର୍ମାଣ ହେବ । ଓଡ଼ିଶାରେ ସେମିକଣ୍ଡକଟର ନିର୍ମାଣକୁ ଏହା ଆହୁରି ମଜଭୁତ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ହେଟେରୋଜିନିୟସ ଇଣ୍ଟିଗ୍ରେସନ ପ୍ୟାକେଜିଂ ସଲ୍ୟୁସନସ ପ୍ରାଇଭେଟ ଲିମିଟେଡ- HIPSPL ଏହି ପ୍ରକଳ୍ପକୁ ନିର୍ମାଣ କରିବ। ଏଠାରୁ ବାର୍ଷିକ ୭୦ ହଜାର ୟୁନିଟ ଗ୍ଲାସ ପ୍ଲାନେଲ ନିର୍ମାଣ ହେବାର ଲକ୍ଷ୍ୟ ରହିଛି। ଏହା ସହ ବାର୍ଷିକ ୧୩ହଜାର ୟୁନିଟ 3DHI ମଡ୍ୟୁଲସ ମଧ୍ୟ ନିର୍ମାଣ ଲକ୍ଷ୍ୟ ରହିଛି ।

ସେହିଭଳି ଦେଶରେ ଆଉ ୪ଟି ସେମିକଣ୍ଡକ୍ଟର ୟୁନିଟ ପ୍ରତିଷ୍ଠା ନେଇ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ହୋଇଛି। ପଞ୍ଜାବ ଏବଂ ଆନ୍ଧ୍ରପ୍ରଦେଶରେ ଆଉ ୨ଟି ସେମିକଣ୍ଡକ୍ଟର ୟୁନଟ୍‌ ପ୍ରତିଷ୍ଠା ହେବ। ଏହି ୪ଟି ନୂଆ ସେମିକଣ୍ଡକ୍ଟର ୟୁନିଟ୍‌ ପାଇଁ ୪ ହଜାର ୬ ଶହ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Tags: