୨୫ ରୁ ସପ୍ତାହେ ଯାଏଁ ଚାଲିବ +୨ ଦିତ୍ୱୀୟ ପର୍ଯ୍ୟାୟ ଆଡ଼ମିସନ

ଭୁବନେଶ୍ୱର : ପ୍ରକାଶ ପାଇଲା +୨ର ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି । ଖାଲି ପଡ଼ିଥିବା ସିଟ୍ ପୂରଣ ପାଇଁ ଆସନ୍ତା ୨୫ ତାରିଖରୁ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ I ସେହିଦିନ ଅପରାହ୍ଣ ୩ଟାରେ ସାମ୍‌ମ୍ସ ଓଡ଼ିଶା ପୋର୍ଟାଲ www.samsodisha.gov.in ରେ କମନ୍ ଆପ୍ଲିକେସନ ଫର୍ମ(ସିଏଏଫ୍) ଉପଲବ୍ଧ ହେବ ଏବଂ ଅଗଷ୍ଟ ୩୧ ରାତି ୧୧ଟା ୪୫ ମଧ୍ୟରେ ଆବେଦନ କରି ପାରିବେ ଛାତ୍ରଛାତ୍ରୀ । ସେପ୍ଟେମ୍ବର ୪ରେ ପ୍ରଥମ ମେଧା ତାଲିକା […]

୨୫ ରୁ ସପ୍ତାହେ ଯାଏଁ ଚାଲିବ +୨ ଦିତ୍ୱୀୟ ପର୍ଯ୍ୟାୟ ଆଡ଼ମିସନ
Samaya Live Picture
Published On

ଭୁବନେଶ୍ୱର : ପ୍ରକାଶ ପାଇଲା +୨ର ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି । ଖାଲି ପଡ଼ିଥିବା ସିଟ୍ ପୂରଣ ପାଇଁ ଆସନ୍ତା ୨୫ ତାରିଖରୁ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ I ସେହିଦିନ ଅପରାହ୍ଣ ୩ଟାରେ ସାମ୍‌ମ୍ସ ଓଡ଼ିଶା ପୋର୍ଟାଲ www.samsodisha.gov.in ରେ କମନ୍ ଆପ୍ଲିକେସନ ଫର୍ମ(ସିଏଏଫ୍) ଉପଲବ୍ଧ ହେବ ଏବଂ ଅଗଷ୍ଟ ୩୧ ରାତି ୧୧ଟା ୪୫ ମଧ୍ୟରେ ଆବେଦନ କରି ପାରିବେ ଛାତ୍ରଛାତ୍ରୀ । ସେପ୍ଟେମ୍ବର ୪ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ ଏବଂ ୬ରୁ ୧୦ ତାରିଖ ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବେ।

ଏହି ପର୍ଯ୍ୟାୟ ନାମଲେଖାର ସ୍ପଟ୍ ଚୟନ ପାଇଁ ସେପ୍ଟେମ୍ବର ୧୨ରେ ଚଏସ୍ ଲକିଂ ସୁବିଧା ଉପଲବ୍ଧ ହେବ, ଯାହାକି ୧୩ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ରହିବା ୧୭ ତାରିଖ ଅପରାହ୍ଣ ୩ଟାରେ ସ୍ପଟ୍ ଚୟନ ମେଧା ତାଲିକା ଓ ୱେଟିଂଲିଷ୍ଟ ପ୍ରକାଶ ପାଇବ ଏବଂ ୧୮ ଓ ୧୯ ତାରିଖରେ ନାମଲେଖା ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ କୌଣସି ପ୍ରକାର ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ ନାହିଁ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।

Tags: