ଆବଶ୍ୟକତା ଅନୁଯାୟୀ ବଢ଼ିବ ଯୁକ୍ତ ଦୁଇ ସିଟ୍ ସଂଖ୍ୟା : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ବଢିବ +୨ ସିଟ ସଂଖ୍ୟା I ଜିଲ୍ଲାର ଆବଶ୍ୟକତା ଦେଖି ସିଟ୍ ବଢ଼ାଯିବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ପ୍ରମିଳା ମଲ୍ଲିକ । ସୂଚନାନୁସାରେ,ଚଳିତ ବର୍ଷ ୫ଲକ୍ଷ ୧୨ ହଜାର ପିଲା ମାଟ୍ରିକ ପାସ୍ କରିଥିବା ବେଳେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ସିଟ ଅଛି ୫ଲକ୍ଷ ୯ହଜାର। ଏବର୍ଷ ରେକର୍ଡ ସଂଖ୍ୟକ ପିଲା ମାଟ୍ରିକ ପାସ୍ କରିଥିବାରୁ ଚିନ୍ତା ବଢ଼ିଛି । ଏଥର ରାଜ୍ୟ ଦଶମ ବୋର୍ଡ ପରୀକ୍ଷା […]

Samaya Live Picture
Published On

ଭୁବନେଶ୍ୱର : ବଢିବ +୨ ସିଟ ସଂଖ୍ୟା I ଜିଲ୍ଲାର ଆବଶ୍ୟକତା ଦେଖି ସିଟ୍ ବଢ଼ାଯିବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ସୂଚନାନୁସାରେ,ଚଳିତ ବର୍ଷ ୫ଲକ୍ଷ ୧୨ ହଜାର ପିଲା ମାଟ୍ରିକ ପାସ୍ କରିଥିବା ବେଳେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ସିଟ ଅଛି ୫ଲକ୍ଷ ୯ହଜାର। ଏବର୍ଷ ରେକର୍ଡ ସଂଖ୍ୟକ ପିଲା ମାଟ୍ରିକ ପାସ୍ କରିଥିବାରୁ ଚିନ୍ତା ବଢ଼ିଛି । ଏଥର ରାଜ୍ୟ ଦଶମ ବୋର୍ଡ ପରୀକ୍ଷା ପାସ ହାର CBSE ଠାରୁ ବି ଅଧିକ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷାରେ ଚଳିତ ବର୍ଷ ପାସ ହାର ରହିଛି ୯୬.୪୦ ପ୍ରତିଶତ । ଆଉ ଝିଅମାନେ ପୁଅଙ୍କ ଅପେକ୍ଷା ଭଲ ରେଜଲ୍ଟ କରିଛନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି, ଆବଶ୍ୟକସ୍ଥଳେ ଯୁକ୍ତ କଲେଜ ଗୁଡ଼ିକରେ ସିଟ୍ ବଢ଼ାଯିବ। ଜିଲ୍ଲାର ଆବଶ୍ୟକତା ଦେଖି ସିଟ ବଢ଼ାଯିବ। ଚଳିତ ବର୍ଷ ପିଲାମାନେ ଅଧିକ ସଂଖ୍ୟାରେ ପାସ କରିଛନ୍ତି Iପିଲାମାନଙ୍କ କିଛି ଅସୁବିଧା ନହେଲା ଭଳି ସମସ୍ତ ପ୍ରକାର ପଦକ୍ଷେପ ସରକାର ଗ୍ରହଣ କରିବେ। ଯୁକ୍ତ ଦୁଇ ପ୍ରଥମ ବର୍ଷ ସିଟ ବୃଦ୍ଧି ନେଇ ସୋମବାର ବିଭାଗୀୟ ବୈଠକ ବସିବ।

ସେହିପରି ମାଟ୍ରିକ ପରୀକ୍ଷା ଉପରେ ଟିପ୍ପଣୀ ଦେଇ ମନ୍ତ୍ରୀ କହିଛନ୍ତି, ଏଣିକି ପୁରୁଣା ଢାଞ୍ଚାରେ ମାଟ୍ରିକ ପରୀକ୍ଷା ହେବ । ମହାମାରୀକୁ ଦୃଷ୍ଟିରେ ହୋଇଥିବା ଢାଞ୍ଚାକୁ ଖୁବ୍‌ ଶୀଘ୍ର ପରିବର୍ତ୍ତନ କରାଯିବ ।

Tags: