ଟ୍ରକ ଧକ୍କାରେ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ

କଟକ : ଲୁହା ବୋଝେଇ ଟ୍ରକ୍ ଧକ୍କାରେ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ I ଏକ ଆକ୍ଟିଭା ଗାଡ଼ିରେ ଦୁହେଁ କଟକରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ କଟକ ଜିଲ୍ଲା ଜାତୀୟ ରାଜପଥ ୧୬ର ବାଲିକୁଦା ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକ ୨ ଭାଇ ବୋଲି ଜଣା ପଡିଛି I ସେମାନଙ୍କର ଘର ସାଲେପୁର ଅଞ୍ଚଳରେ I ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ସୂଚନାନୁସାରେ,ଆଜି ସକାଳେ ୨ […]

Samaya Live Picture
Published On

କଟକ : ଲୁହା ବୋଝେଇ ଟ୍ରକ୍ ଧକ୍କାରେ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ I ଏକ ଆକ୍ଟିଭା ଗାଡ଼ିରେ ଦୁହେଁ କଟକରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ କଟକ ଜିଲ୍ଲା ଜାତୀୟ ରାଜପଥ ୧୬ର ବାଲିକୁଦା ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକ ୨ ଭାଇ ବୋଲି ଜଣା ପଡିଛି I ସେମାନଙ୍କର ଘର ସାଲେପୁର ଅଞ୍ଚଳରେ I ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ସୂଚନାନୁସାରେ,ଆଜି ସକାଳେ ୨ ଭାଇ ଏକ ଆକ୍ଟିଭା ଗାଡ଼ିରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିବାବେଳେ,ବିପରୀତ ଦିଗରୁ ଲୁହା ବୋଝେଇ କରି ଆସୁଥିବା ଏକ ଟ୍ରକ ଉଭୟଙ୍କୁ ସାମ୍ନାପଟୁ ଧକ୍କା ଦେଇ ମାଡି ଯାଇଥିଲା I ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା I ଖବର ପାଇ କଟକ ସଦର ଥାନା ପୋଲିସ ପହଁଚି ଉଭୟ ଗାଡିକୁ ଜବତ କରିବା ସହିତ ଡ୍ରାଇଭରକୁ ଥାନାରେ ଅଟକ ରଖି ତଦନ୍ତ ଯାଇ ରଖିଛି I

Tags: