+୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର : ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ। ଆଜି ଦିନ ୧୧ଟାରେ ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ରେଜଲ୍ଟ ଘୋଷଣା ହୋଇଛି। ରେଜଲ୍ଟ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି । ଚଳିତବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ବିଜ୍ଞାନରେ ପାସ୍ ହାର ୮୪.୯୩% ରହିଛି। ସେହିପରି ଯୁକ୍ତ ଦୁଇ ବାଣିଜ୍ୟରେ ପାସ୍ ହାର ୮୧.୧୨% ରହିଛି I ଛାତ୍ରଛାତ୍ରୀମାନେ www. orissaresults.nic.in […]

Samaya Live Picture
Published On

ଭୁବନେଶ୍ୱର : ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ। ଆଜି ଦିନ ୧୧ଟାରେ ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ରେଜଲ୍ଟ ଘୋଷଣା ହୋଇଛି। ରେଜଲ୍ଟ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି । ଚଳିତବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ବିଜ୍ଞାନରେ ପାସ୍ ହାର ୮୪.୯୩% ରହିଛି। ସେହିପରି ଯୁକ୍ତ ଦୁଇ ବାଣିଜ୍ୟରେ ପାସ୍ ହାର ୮୧.୧୨% ରହିଛି I

ଛାତ୍ରଛାତ୍ରୀମାନେ www. orissaresults.nic.in ୱେବ୍‌ସାଇଟ୍ ଓ ସାମ୍ସ ପୋର୍ଟାଲ୍‌ରୁ ନିଜ ନିଜର ରେଜଲ୍ଟ ଜାଣିପାରିବେ।

ସୂଚନାଥାଉ କି, ମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ ୫ରେ ଶେଷ ହୋଇଥିଲା। ମୋଟ୍‌ ୧୧୪୫ ପରୀକ୍ଷା କେନ୍ଦ୍ରରେ ସାଢେ଼ ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରୁ କଳାରେ ୨ ଲକ୍ଷ ୧୯ ହଜାର ୧୧୦, ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।

Tags: