କାର ଧକ୍କାରେ ଜଣେ ପୋଲିସ କର୍ମଚାରୀ ମୃତ ଅନ୍ୟଜଣେ ଗୁରୁତର
ବଲାଙ୍ଗୀର : ୨ ପୋଲିସ କର୍ମଚାରୀଙ୍କ ବାଇକକୁ ଧକ୍କା ଦେଇ ଫେରାର ମାରିଲା କାର I ଘଟଣାସ୍ଥଳରେ ୨ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି I ଏହି ଦୁର୍ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଆଡେଣିଗଡ଼ ଫାଣ୍ଡି ନିକଟ କଖାରୁଫାଲ ନିକଟରେ I ବୌଦ୍ଧର ଦୁଇ ପୋଲିସ କର୍ମଚାରୀ ଏକ ବାଇକ୍ ଯୋଗେ ଯାଉଥିବା ବେଳେ ୫୭ ନମ୍ବର ଜାତୀୟ ରାଜପଥରେ ଏକ କାର ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ […]
ବଲାଙ୍ଗୀର : ୨ ପୋଲିସ କର୍ମଚାରୀଙ୍କ ବାଇକକୁ ଧକ୍କା ଦେଇ ଫେରାର ମାରିଲା କାର I ଘଟଣାସ୍ଥଳରେ ୨ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି I ଏହି ଦୁର୍ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଆଡେଣିଗଡ଼ ଫାଣ୍ଡି ନିକଟ କଖାରୁଫାଲ ନିକଟରେ I ବୌଦ୍ଧର ଦୁଇ ପୋଲିସ କର୍ମଚାରୀ ଏକ ବାଇକ୍ ଯୋଗେ ଯାଉଥିବା ବେଳେ ୫୭ ନମ୍ବର ଜାତୀୟ ରାଜପଥରେ ଏକ କାର ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି I ସେଠାରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି କନେଷ୍ଟବଳ ପ୍ରମୋଦ କୁମାର ପାଣିଗ୍ରାହୀ । ଗୁରୁତର ଆହତ ଅବସ୍ଥାରେ ଫାଣ୍ଡି ଡ୍ରାଇଭର ଟୁକୁନା ବେହେରା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାପରେ ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ I ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ବୌଦ୍ଧ ଏସପି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।




