ବାଇକ ଧକ୍କାରେ ୨ ପଥଚାରୀଙ୍କ ମୃତ୍ୟୁ

ନୟାଗଡ଼ : ଗଣେଶ ପୂଜାରେ ବଡ ଅଘଟଣ । ବାଇକ ଧକ୍କାରେ ୨ ମୃତ ଜଣେ ଗୁରୁତର । ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଡିହଗାଁ ଛକରେ ଘଟିଛି ଭୟଙ୍କର ଦୁର୍ଘଟଣା । ଦୁର୍ଘଟଣାରେ ୨ ପଥଚାରୀଙ୍କ ମୃତ୍ୟୁ ଘଟିବା ସହିତ ଧକ୍କା ଦେଇଥିବା ବାଇକ ଚାଳକ ଗୁରୁତର ହୋଇଛନ୍ତି । ମୃତକ ଦ୍ୱୟ ଡିହଗାଁ ଗ୍ରାମର ସୁଦର୍ଶନ ପ୍ରଧାନ ଓ ଡିଗିରି ଗ୍ରାମର ଶୁକ୍ର ବାଜୁ ହୋଇଥିବା ବେଳେ ଗୁରୁତର ଜଣଙ୍କ ମଧ୍ୟଖଣ୍ଡ ଗ୍ରାମର ଦିବ୍ୟଜ୍ୟୋତି […]

Samaya Live Picture
Published On

ନୟାଗଡ଼ : ଗଣେଶ ପୂଜାରେ ବଡ ଅଘଟଣ । ବାଇକ ଧକ୍କାରେ ୨ ମୃତ ଜଣେ ଗୁରୁତର । ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଡିହଗାଁ ଛକରେ ଘଟିଛି ଭୟଙ୍କର ଦୁର୍ଘଟଣା । ଦୁର୍ଘଟଣାରେ ୨ ପଥଚାରୀଙ୍କ ମୃତ୍ୟୁ ଘଟିବା ସହିତ ଧକ୍କା ଦେଇଥିବା ବାଇକ ଚାଳକ ଗୁରୁତର ହୋଇଛନ୍ତି । ମୃତକ ଦ୍ୱୟ ଡିହଗାଁ ଗ୍ରାମର ସୁଦର୍ଶନ ପ୍ରଧାନ ଓ ଡିଗିରି ଗ୍ରାମର ଶୁକ୍ର ବାଜୁ ହୋଇଥିବା ବେଳେ ଗୁରୁତର ଜଣଙ୍କ ମଧ୍ୟଖଣ୍ଡ ଗ୍ରାମର ଦିବ୍ୟଜ୍ୟୋତି ପଣ୍ଡା ବୋଲି ଜଣାପଡିଛି ।

ସୂଚନା ଅନୁସାରେ ଦିବ୍ୟଜ୍ୟୋତି ପଣ୍ଡା ଦଶପଲ୍ଲାରୁ ଦ୍ରୁତ ଗତିରେ ବାଇକ୍ ଚଳାଇ ଆସିଥିଲେ। ଡିହଗାଁ ଛକରେ ସେ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଛିଡା ହୋଇଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ଦିବ୍ୟଜ୍ୟୋତି ପଣ୍ଡା ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ ।

ଦିବ୍ୟଜ୍ୟୋତି ପଣ୍ଡାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନୟାଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଦଶପଲ୍ଲା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Tags: