କୁଏତ ଟ୍ରାଜେଡ଼ିରେ ୨ ଓଡ଼ିଆଙ୍କ ମୃତ୍ୟୁ

ଭୁବନେଶ୍ୱର : କୁଏତ ଭୟାବହ ଅଗ୍ନିକାଣ୍ଡରେ ୪୫ ଭାରତୀୟଙ୍କ ସମେତ ୨ ଓଡ଼ିଆଙ୍କ ମୃତ୍ୟୁ ଘଟିଛି I ସେମାନେ ହେଲେ କଟକ ଜିଲ୍ଲା ତିଗିରିଆ ଥାନା ଆଠଗଡ଼ କରଡ଼ାପଲ୍ଲୀ ଗ୍ରାମର ମନସୁର ଅଲ୍ଲୀଙ୍କ ତୃତୀୟ ପୁତ୍ର ମହମ୍ମଦ ଜହୁର ଓ ଗଞ୍ଜାମ ଜିଲ୍ଲାର ସନ୍ତୋଷ ଗୌଡ଼। ମହମ୍ମଦ ଜହୁରଙ୍କ ମୃତ୍ୟୁ ନେଇ ତାଙ୍କ ଭାଇ ମହମ୍ମଦ କୌରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମହମ୍ମଦ ଜହୁର କୁଏତରେ ୨୦୧୭ ମସିହାରୁ ଲାବରୋଟାରୀ ଟେକନିସିଆନ୍ ଭାବେ କାର୍ଯ୍ୟ କରୁଥିଲେ। କମ୍ପାନୀ […]

Samaya Live Picture
Published On

ଭୁବନେଶ୍ୱର : କୁଏତ ଭୟାବହ ଅଗ୍ନିକାଣ୍ଡରେ ୪୫ ଭାରତୀୟଙ୍କ ସମେତ ୨ ଓଡ଼ିଆଙ୍କ ମୃତ୍ୟୁ ଘଟିଛି I ସେମାନେ ହେଲେ କଟକ ଜିଲ୍ଲା ତିଗିରିଆ ଥାନା ଆଠଗଡ଼ କରଡ଼ାପଲ୍ଲୀ ଗ୍ରାମର ମନସୁର ଅଲ୍ଲୀଙ୍କ ତୃତୀୟ ପୁତ୍ର ମହମ୍ମଦ ଜହୁର ଓ ଗଞ୍ଜାମ ଜିଲ୍ଲାର ସନ୍ତୋଷ ଗୌଡ଼। ମହମ୍ମଦ ଜହୁରଙ୍କ ମୃତ୍ୟୁ ନେଇ ତାଙ୍କ ଭାଇ ମହମ୍ମଦ କୌରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମହମ୍ମଦ ଜହୁର କୁଏତରେ ୨୦୧୭ ମସିହାରୁ ଲାବରୋଟାରୀ ଟେକନିସିଆନ୍ ଭାବେ କାର୍ଯ୍ୟ କରୁଥିଲେ। କମ୍ପାନୀ ପକ୍ଷରୁ ଦିଆଯାଇଥିବା ବିଲ୍ଡିଂର ପଞ୍ଚମ ମହଲାରେ ରହୁଥିଲେ । ବୁଧୁବାର ଭୋରବେଳେ ମସଜିଦରେ ନମାଜ ପାଠ ପରେ ସେ ବିଲ୍ଡିଂର ୫ମ ମହଲରେ ବିଶ୍ରାମ ନେଉଥିଲେ Iଏହି ସମୟରେ ବିଲ୍ଡିଂ ରେ ନିଆଁ ଲାଗିଯିବାରୁ ସେ ଉପର ମହଲାକୁ ପଳାଇଥିଲେ Iହେଲେ ପ୍ରବଳ ଧୂଆଁ ଯୋଗୁ ଅଣନିଶ୍ୱାସୀ ହୋଇପଡିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଜହୁର ଛୁଟିରେ ଆସି ଗତ ମେ’ ମାସରେ ସେ ପୁଣି କୁଏତକୁ ଯାଇଥିଲେ। ମୃତ୍ୟୁ ଖବର ଶୁଣି ଭାଙ୍ଗିପଡ଼ିଛନ୍ତି ପୁରା ପରିବାର ଲୋକେ। ତାଙ୍କ ପତ୍ନୀ ଏବେ ୭ ମାସର ଗର୍ଭବତୀ ଅଛନ୍ତି।

ସେପଟେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ବ୍ଲକ ରଣଝେଳି ଗାଁର ସନ୍ତୋଷ ଗୌଡ ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି। କାମରୁ ଫେରି ରୁମରେ ଶୋଇଥିବା ବେଳେ ନିଆଁ ଲାଗିବାରୁ ଶ୍ୱାସରୁଦ୍ଦ ହୋଇ ତାଙ୍କର ଅକାଳ ବିୟୋଗ ହୋଇଛି। ରୋଜଗାରିଆ ପୁଅକୁ ହରାଇ ସେମାନଙ୍କ ପରିବାର ଦୁଃଖରେ ଭାଙ୍ଗିପଡିଛନ୍ତି। ଏହି ଭୟାବହ ଅଗ୍ନିକାଣ୍ଡରେ ମୋଟ ୪୫ଜଣ ଭାରତୀୟ ପ୍ରାଣ ହରାଇଛନ୍ତି। ସେମାନଙ୍କୁ ନେଇ ଭାରତ ଫେରିଛି ବାୟୁସେନାର ସ୍ୱତନ୍ତ୍ର ବିମାନ।

Tags: