ଆସୁଛି ଆଉ ୨ଟି ଲଘୁଚାପ,ଜୁଲାଇ ତୃତୀୟ ସପ୍ତାହରୁ ଭୀଷଣ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଜୁଲାଇ ମଧ୍ୟ ଭାଗରେ ଆସୁଛି ଆଉ ୨ ଟି ଲଘୁଚାପ I ଏହା ପ୍ରଭାବରେ ଭୀଷଣ ବର୍ଷ ସମ୍ଭାବନା ରହିଛି I ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ତେଣୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଇଛି। ତେଣୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଇଛି । ଗୁରୁବାର ଆଇଏମଡି ପକ୍ଷରୁ ପ୍ରକାଶ ପାଇଥିବା ବିସ୍ତାରିତ […]
ଭୁବନେଶ୍ୱର : ଜୁଲାଇ ମଧ୍ୟ ଭାଗରେ ଆସୁଛି ଆଉ ୨ ଟି ଲଘୁଚାପ I ଏହା ପ୍ରଭାବରେ ଭୀଷଣ ବର୍ଷ ସମ୍ଭାବନା ରହିଛି I ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ତେଣୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଇଛି। ତେଣୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଇଛି ।
ଗୁରୁବାର ଆଇଏମଡି ପକ୍ଷରୁ ପ୍ରକାଶ ପାଇଥିବା ବିସ୍ତାରିତ ପରିସର ଆକଳନରେ ମଧ୍ୟ ବଙ୍ଗୋପସାଗରେ କ୍ରମାଗତ ଭାବେ ଦୁଇଟି ଲଘୁଚାପ ସୃଷ୍ଟି ହେବା ସହିତ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ଥିବା ନେଇ ଆକଳନ କରାଯାଇଛି। ପ୍ରଥମ ଲଘୁଚାପ ୧୮ ତାରିଖରେ ଏବଂ ୨୪ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ପରେ ଏହା ଅଧିକ ଘନୀଭୂତ ହୋଇ ଭଲ ବର୍ଷା କରାଇବ ବୋଲି ପୂର୍ବାନୁମାନ କରାଯାଇଛି । ତେଣୁ ବର୍ଷାର ପରିମାଣ ବୃଦ୍ଧି ହୋଇ ମାସ ଶେଷ ପର୍ଯ୍ୟନ୍ତ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଏହାଦ୍ୱାରା ଚାଷ କାମ ଆଗେଇବ । ନିଅଣ୍ଟିଆ ବର୍ଷାରେ ରାଜ୍ୟର ଚାଷୀକୁଳ ହତାଶ ହୋଇଛନ୍ତି I ଏବେବି ରାଜ୍ୟରେ ୨୭% ବର୍ଷାର ଅଭାବ ରହିଛି I
ଏହି ଦୁଇଟି ଲଘୁଚାପ ଯୋଗୁଁ ରାଜ୍ୟରେ ମୌସୁମୀ ଟ୍ରଫ୍ ସ୍ୱାଭାବିକ ସ୍ଥିତିକୁ ଫେରିବ। ଏହାଦ୍ୱାରା ବୁଣା, ରୁଆ, ବେଉଷଣ ପାଇଁ ପାଣି ଉଠିଯାଇପାରେ। ସେହିପରି ଚତୁର୍ଥ ସପ୍ତାହ ଅର୍ଥାତ୍ ୨୪ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ପରେ ଏହା ମଧ୍ୟ ଘନୀଭୂତ ହୋଇ ଭଲ ବର୍ଷା କରାଇବ ଓ ପାଣି ଲଗାଇବ ବୋଲି ଆକଳନ କରାଯାଇଛି।




