ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ମାଓବାଦୀ ସଫା
ମାଲକାନଗିରି : ମାଓବାଦୀଙ୍କୁ ସମୂଳେ ନିପାତ କରିବାକୁ ସୁରକ୍ଷାବାହିନୀର ଅଭିଯାନ ଜାରି ରହିଛି । ଛତିଶଗଡ଼ ଗାରିଆବନ୍ଧ ଜିଲ୍ଲାରେ CRPF ଏବଂ DRG ପୋଲିସ ମିଳିତ ଅପରେସନରେ ଟଳିଛନ୍ତି ୨ ମାଓବାଦୀ । ସେମାନଙ୍କ ନିକଟରୁ ୨ ଟି ବନ୍ଧୁକ ସହିତ ଅନେକ ମାରଣାସ୍ତ୍ର ଜବତ କରାଯାଇଛି । ଗୁରୁବାର ମଧ୍ୟ ରାତିରେ ନୂଆପଡ଼ା ଜିଲ୍ଲାର ସୀମା ଓ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ଏସଓଜି ଟିମ୍, ସ୍ପେଶିଆଲ୍ ଫୋର୍ସ ଓ ସିଆରପିଏଫ୍ ମିଳିତ ତଲାସୀ ଅଭିଯାନ ଆରମ୍ଭ […]
ମାଲକାନଗିରି : ମାଓବାଦୀଙ୍କୁ ସମୂଳେ ନିପାତ କରିବାକୁ ସୁରକ୍ଷାବାହିନୀର ଅଭିଯାନ ଜାରି ରହିଛି । ଛତିଶଗଡ଼ ଗାରିଆବନ୍ଧ ଜିଲ୍ଲାରେ CRPF ଏବଂ DRG ପୋଲିସ ମିଳିତ ଅପରେସନରେ ଟଳିଛନ୍ତି ୨ ମାଓବାଦୀ । ସେମାନଙ୍କ ନିକଟରୁ ୨ ଟି ବନ୍ଧୁକ ସହିତ ଅନେକ ମାରଣାସ୍ତ୍ର ଜବତ କରାଯାଇଛି ।
ଗୁରୁବାର ମଧ୍ୟ ରାତିରେ ନୂଆପଡ଼ା ଜିଲ୍ଲାର ସୀମା ଓ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ଏସଓଜି ଟିମ୍, ସ୍ପେଶିଆଲ୍ ଫୋର୍ସ ଓ ସିଆରପିଏଫ୍ ମିଳିତ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା । ଆତଙ୍ଗ ଜଙ୍ଗଳରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଲାଲବାହିନୀ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗୁଳି ବିନିମୟରେ ୩ ଜଣ ମାଓବାଦୀ ନିପାତ ହୋଇଥିବା ଜଣା ପଡ଼ିଛି । ମାଓ କ୍ୟାମ୍ପକୁ ଚାରି ପଟୁ ଘେରି ରହିଛନ୍ତି ସୁରକ୍ଷାକର୍ମୀ । ପୂରା ଆମ୍ବୁସ ବିଛାଇ ଜଗି ରହିଛି ସୁରକ୍ଷା କର୍ମୀ । ବର୍ତ୍ତମାନ ସୁଦ୍ଧା ସେହି ଅଞ୍ଚଳରେ ଗୁଳି ବିନିମୟ ଜାରି ରହିଛି ।




