୨ ଲୋକୋ ପାଇଲଟଙ୍କ ବୟାନ ରେକର୍ଡ

ଭୁବନେଶ୍ୱର : ବାହାନଗା ସିରିଜ ଟ୍ରେନ ଟ୍ରାଜେଡିର ରେକର୍ଡ ହେଲା ୨ ଲୋକୋ ପାଇଲଟଙ୍କ ବୟାନ I ଦୁର୍ଘଟଣା ପରେ କରମଣ୍ଡଳ ଟ୍ରେନ ଡ୍ରାଇଭର ଗୁଣନିଧି ମହାନ୍ତି ଏବଂ ଟ୍ରେନର ଆସିଷ୍ଟାଣ୍ଟ ଲୋକୋ ପାଇଲଟ ହଜାରୀ ବେହେରା ଏବେ ଭୁବନେଶ୍ୱର ଏମସରେ ଚିକିତ୍ସିତ ହେଉଛନ୍ତି । ଉଭୟଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ଲୋକୋ ପାଇଲଟ ICU ରୁ ୱାର୍ଡକୁ ସ୍ଥାନାନ୍ତର ହୋଇଛନ୍ତି । ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଏବେ ବି ICU ରେ […]

Samaya Live Picture
Published On

ଭୁବନେଶ୍ୱର : ବାହାନଗା ସିରିଜ ଟ୍ରେନ ଟ୍ରାଜେଡିର ରେକର୍ଡ ହେଲା ୨ ଲୋକୋ ପାଇଲଟଙ୍କ ବୟାନ I ଦୁର୍ଘଟଣା ପରେ କରମଣ୍ଡଳ ଟ୍ରେନ ଡ୍ରାଇଭର ଗୁଣନିଧି ମହାନ୍ତି ଏବଂ ଟ୍ରେନର ଆସିଷ୍ଟାଣ୍ଟ ଲୋକୋ ପାଇଲଟ ହଜାରୀ ବେହେରା ଏବେ ଭୁବନେଶ୍ୱର ଏମସରେ ଚିକିତ୍ସିତ ହେଉଛନ୍ତି । ଉଭୟଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ଲୋକୋ ପାଇଲଟ ICU ରୁ ୱାର୍ଡକୁ ସ୍ଥାନାନ୍ତର ହୋଇଛନ୍ତି । ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଏବେ ବି ICU ରେ ଅଛନ୍ତି ।

ତଦନ୍ତ କାରୀ ଟିମ୍‌ ତାଙ୍କ ପ୍ରିଲିମିନାରୀ ବୟାନ ରେକର୍ଡ କରିଛନ୍ତି । କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ ଗୁଣନିଧି ମହାନ୍ତିଙ୍କ କହିବା ଅନୁସାରେ ‘ରେଡ୍ ନୁହେଁ, ଗ୍ରୀନ୍ ଥିଲା ସିଗନାଲ୍’ । ଟ୍ରେନଟି ନିର୍ଦ୍ଧାରିତ ସ୍ପିଡରେ ମଧ୍ୟ ଯାଉଥିଲା । ସିଗ୍ନାଲରେ ତ୍ରୁଟି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଡ୍ରାଇଭର କହିଥିବା ଜଣାପଡିଛି ।

ଦକ୍ଷିଣ ପୂର୍ବ ରେଲୱେ ଖଡଗପୁର ଡିଭିଜନର ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ ରାଜେଶ କୁମାରଙ୍କ ସୂଚନା ମୁତାବକ, କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ୍ ଓ ସହାୟକ ଲୋକୋ ପାଇଲଟ୍ ଓ ଗାର୍ଡଙ୍କ ସମେତ ବେଙ୍ଗାଳୁରୁ -ହାୱଡା ଏକ୍ସପ୍ରେସର ଲୋକୋ ପାଇଲଟ୍ ଓ ଗାର୍ଡ ଗୁରୁତର ଆହତ ହୋଇଥିଲେ I ତେବେ ସୌଭାଗ୍ୟ ବଶତଃ ମାଲବାହୀ ଇଞ୍ଜିନର ଚାଳକ ଓ ଗାର୍ଡ ସେହି ସମୟରେ ଚା ପି’ବାକୁ ଯାଇଥିବାରୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

Tags: