ଲୁହା ରଡ଼ ପଡି ୨ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ

କୋରାପୁଟ : ପ୍ଲାଣ୍ଟ ସାଇଟରେ ଅଘଟଣ I ମଙ୍ଗଳବାର ଦିନ ଦାମନଯୋଡ଼ିରେ ଥିବା ନାଲକୋ ପ୍ଲାଣ୍ଟ ପରିସରରେ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ୨ ଠିକ ଶ୍ରମିକଙ୍କ ମୃତ୍ୟୁ ଘଟିଛି I ସାଇଡ୍‌ ବିମ୍‌ କାର୍ଯ୍ୟ ବେଳେ ଲୁହା ରଡ଼ ପଡିଯିବାରୁ ଶ୍ରମିକ ମାନେ ଚାପି ହୋଇ ଯାଇଥିଲେ I ଫଳରେ ଘଟଣା ସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା I ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ […]

Samaya Live Picture
Published On

କୋରାପୁଟ : ପ୍ଲାଣ୍ଟ ସାଇଟରେ ଅଘଟଣ I ମଙ୍ଗଳବାର ଦିନ ଦାମନଯୋଡ଼ିରେ ଥିବା ନାଲକୋ ପ୍ଲାଣ୍ଟ ପରିସରରେ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ୨ ଠିକ ଶ୍ରମିକଙ୍କ ମୃତ୍ୟୁ ଘଟିଛି I ସାଇଡ୍‌ ବିମ୍‌ କାର୍ଯ୍ୟ ବେଳେ ଲୁହା ରଡ଼ ପଡିଯିବାରୁ ଶ୍ରମିକ ମାନେ ଚାପି ହୋଇ ଯାଇଥିଲେ I ଫଳରେ ଘଟଣା ସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା I ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନାଲକୋ ମେଡିକାଲ ପଠାଯାଇଛି। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ସିଆଇଏସ୍‌ଏଫ ପୋଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ମୃତ ଦୁଇ ଶ୍ରମିକ ବିହାରର ଅଞ୍ଚଳର ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି।

Tags: