ଟ୍ରାଭେରା ପଛପଟେ ଟ୍ରକ ଧକ୍କା ହୋଇ ୨ ମୃତ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ରାଜପଥର ଛତ୍ରଗଡ଼ ଛକରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ୨ ଜଣ ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସୂଚନାନୁଯାୟୀ,ଆଜି ଭୋର ସମୟରେ ଏକ ଟ୍ରIଭେରା ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଏହି ସମୟରେ ବାଲୁଗାଁ ନିକଟସ୍ଥ ଛତ୍ରଗଡ଼ ଛକରେ ଟ୍ରାଭେଲାକୁ ପଛପଟୁ ଧକ୍କା ଦେଇଥିଲା ଆଇରନ୍ ବୋଝେଇ ଟ୍ରକ୍ । ଫଳରେ ଡ୍ରାଇଭରଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଥିଲା […]

Samaya Live Picture
Published On

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ରାଜପଥର ଛତ୍ରଗଡ଼ ଛକରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ୨ ଜଣ ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ସୂଚନାନୁଯାୟୀ,ଆଜି ଭୋର ସମୟରେ ଏକ ଟ୍ରIଭେରା ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଏହି ସମୟରେ ବାଲୁଗାଁ ନିକଟସ୍ଥ ଛତ୍ରଗଡ଼ ଛକରେ ଟ୍ରାଭେଲାକୁ ପଛପଟୁ ଧକ୍କା ଦେଇଥିଲା ଆଇରନ୍ ବୋଝେଇ ଟ୍ରକ୍ । ଫଳରେ ଡ୍ରାଇଭରଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତ ବ୍ୟକ୍ତି ଦୁହେଁ ହେଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଞ୍ଚଳର ଟ୍ରାଭେରା ଡ୍ରାଇଭର୍ ବିଦ୍ୟାଧର ବେହେରା ଏବଂ ଟ୍ରାଭେରା ମାଲିକ ମନୋରଞ୍ଜନ ପାଣିଗ୍ରାହୀ । ନାଭାଲ ଫାଣ୍ଡି ଅଧିକାରୀ ରବୀନ୍ଦ୍ରନାଥ ଗୌଡ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

Tags: