ଖଣ୍ଡା ଆକ୍ରମଣରେ ୨ ଆହତ

ଗଞ୍ଜାମ : ଦିନକୁ ଦିନ ଅଶାନ୍ତ ହୋଇ ଉଠୁଛି ଗଞ୍ଜାମ ଜିଲ୍ଲା । ପିଲା କଳିକୁ ନେଇ ୨ ଜଣଙ୍କୁ ଖଣ୍ଡାରେ ଆକ୍ରମଣ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁରର ତେଲୁଗୁ ନୂଆଗାଁ ନିକଟରେ । ଆକ୍ରମଣରେ ରିଙ୍କି ବେହେରା, ଭୀମ ତରେଇ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଭୀମ ତରେଇଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି […]

ଖଣ୍ଡା ଆକ୍ରମଣରେ ୨ ଆହତ
Samaya Live Picture
Published On

ଗଞ୍ଜାମ : ଦିନକୁ ଦିନ ଅଶାନ୍ତ ହୋଇ ଉଠୁଛି ଗଞ୍ଜାମ ଜିଲ୍ଲା । ପିଲା କଳିକୁ ନେଇ ୨ ଜଣଙ୍କୁ ଖଣ୍ଡାରେ ଆକ୍ରମଣ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁରର ତେଲୁଗୁ ନୂଆଗାଁ ନିକଟରେ । ଆକ୍ରମଣରେ ରିଙ୍କି ବେହେରା, ଭୀମ ତରେଇ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଭୀମ ତରେଇଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଗତ ବିଳମ୍ଵିତ ରାତିରେ ଏହି ଘଟଣା ଘଟିଛି । ଆକ୍ରମଣ ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ରହିଛି ।

ସୂଚନା ଅନୁସାରେ, ରିଙ୍କି ବେହେରାଙ୍କ ୧୩ ବର୍ଷର ଝିଅ ପଡ଼ୋଶୀ ଗାଁ ଅଗସ୍ତିନୂଆ ଗାଁ ସ୍କୁଲରେ ପାଠ ପଢ଼ନ୍ତି । ମଙ୍ଗଳବାର ସ୍କୁଲ ବାହାରେ ଆଉ ଜଣେ ଝିଅ ସହ ତାର ଝଗଡ଼ା ହୋଇଥିଲା। ସେହି ଗ୍ରାମର ଜଣେ ଯୁବକ ଆସି ରିଙ୍କିଙ୍କ ଝିଅକୁ ମାଡ଼ ମାରିଥିଲେ। ଏନେଇ ରିଙ୍କି ତାଙ୍କ ସମ୍ପର୍କୀୟ ଭାଇ ଭୀମ ତରେଇଙ୍କ ସହ ଆସି ଥାନାରେ ଅଭିଯୋଗ କରିଥିଲେ। ସେଠାରୁ ଭୀମଙ୍କ ସହ ଫେରୁଥିବା ବେଳେ ଉଭୟଙ୍କୁ ଖଣ୍ଡାରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ଗଞ୍ଜାମ ପୋଲିସ ଘଟଣାସ୍ଥଳରେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି ।

Tags: