୨ ହେଭିୱେଟ ଙ୍କ ନୋମିନେସନ ବେଳେ ସମର୍ଥକ ମୁହାଁମୁହିଁ

ଖୋର୍ଦ୍ଧା : ଗୁରୁବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ I ଏକା ସାଙ୍ଗରେ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ୨ ହେଭିୱେଟ ନେତା ନୋମିନେସନ ପାଇଁ ଆସିଥିଲେ I ଏହିସମୟରେ ଉଭୟ ବିଜେଡି ଓ ବିଜେପି ସମର୍ଥକ ମାନେ ହୋହାଲ୍ଲା କରିବା ସହିତ ନାରାବାଜି କରି ମୁହାଁମୁହିଁ ହୋଇଥିଲେ I ବିଜେପି ଲୋକ ସଭା ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀ ଏବଂ ବିଜେଡିର ଲୋକ ସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସମର୍ଥକମାନେ […]

Samaya Live Picture
Published On

ଖୋର୍ଦ୍ଧା : ଗୁରୁବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ I ଏକା ସାଙ୍ଗରେ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ୨ ହେଭିୱେଟ ନେତା ନୋମିନେସନ ପାଇଁ ଆସିଥିଲେ I ଏହିସମୟରେ ଉଭୟ ବିଜେଡି ଓ ବିଜେପି ସମର୍ଥକ ମାନେ ହୋହାଲ୍ଲା କରିବା ସହିତ ନାରାବାଜି କରି ମୁହାଁମୁହିଁ ହୋଇଥିଲେ I

ବିଜେପି ଲୋକ ସଭା ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀ ଏବଂ ବିଜେଡିର ଲୋକ ସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସମର୍ଥକମାନେ ଜୋର୍‌ଦାର ହଂଗାମା କରିଥିବା ଦେଖିବାକୁ ମିଳିଥିଲା । ବିଜେଡି ସମର୍ଥକମାନେ ଜୟ ଜଗନ୍ନାଥ କହିଥିବା ବେଳେ ବିଜେପି ସମର୍ଥକମାନେ ଜୟ ଶ୍ରୀରାମ କହି ଦୀର୍ଘ ସମୟ ଧରି ନାରାବାଜି କରିଥିଲେ। ଉଭୟଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ପ୍ରବଳ ହଟ୍ଟଗୋଳକୁ ନିୟନ୍ତ୍ରଣ କରିବାକୁ ମୁତୟନ ହୋଇଥିବା ପୁଲିସ୍ ସକ୍ଷମ ହୋଇ ନ ଥିଲେ। ଘଟଣାସ୍ଥଳରେ ଖୋର୍ଦ୍ଧା ଏସପି ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ I

Tags: