ଭିଜିଲାନ୍ସ ଜାଲରେ ୨ ସରକାରୀ ବଡ଼ ବାବୁ

ଭୁବନେଶ୍ୱର/କାମାକ୍ଷାନଗର : ଉପଜିଲ୍ଲାପାଳ ଏବଂ ସିଭିଲ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରବିବାର ଡିଏମ୍‌ଜି ସୁବାସ ପଣ୍ଡାଙ୍କ ଘରେ ଭିଜିଲାନ୍ସ ପଶିଥିବାବେଳେ ସୋମବାର ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ଭୁବନେଶ୍ୱର ଭରତପୁର ଓ ବରିମୁଣ୍ଡ ସମେତ ବ୍ରହ୍ମପୁରରେ ୨ ଟି ସ୍ଥାନରେ ଚଢ଼ାଉ ହୋଇଛି । ସୂଚନାନୁସାରେ, ବ୍ରହ୍ମପୁର ଡିଭିଜନ PHWC ଡେପୁଟି ମ୍ୟାନେଜର ସୁବାସ ପଣ୍ଡାଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ […]

Samaya Live Picture
Published On

ଭୁବନେଶ୍ୱର/କାମାକ୍ଷାନଗର : ଉପଜିଲ୍ଲାପାଳ ଏବଂ ସିଭିଲ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରବିବାର ଡିଏମ୍‌ଜି ସୁବାସ ପଣ୍ଡାଙ୍କ ଘରେ ଭିଜିଲାନ୍ସ ପଶିଥିବାବେଳେ ସୋମବାର ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ଭୁବନେଶ୍ୱର ଭରତପୁର ଓ ବରିମୁଣ୍ଡ ସମେତ ବ୍ରହ୍ମପୁରରେ ୨ ଟି ସ୍ଥାନରେ ଚଢ଼ାଉ ହୋଇଛି ।

ସୂଚନାନୁସାରେ, ବ୍ରହ୍ମପୁର ଡିଭିଜନ PHWC ଡେପୁଟି ମ୍ୟାନେଜର ସୁବାସ ପଣ୍ଡାଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା । ପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ସର୍ବମୋଟ କେତେ ପରିମାଣର ସମ୍ପତି ଜବତ ହୋଇଛି । ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।

ଅନ୍ୟପଟେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ଉପଜିଲାପାଳ। ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଜିଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଘରେ ହୋଇଛି ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ସମେତ ଏକାକାଳୀନ ୧୦ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ ଟିମ । ଭୁବନେଶ୍ୱର, ଢେଙ୍କାନାଳ, ଭଦ୍ରକ ଓ ମୟୁରଭଞ୍ଜର ୧୦ ଟି ସ୍ଥାନରେ ଚାଲିଛି ଚଢାଉ ।

ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ରଙ୍କ ଭୁବନେଶ୍ୱର ଝାରପଡାରେ ରହିଛି ଗୋଟିଏ ତିନି ମହଲା ଓ ଏକ ମହଲା ଘର। ଏହାସହ ଭଦ୍ରକରେ ରହିଛି ତିନି ମହଲା ଓ ଦୁଇ ମହଲା ଘର। ସେହିପରି କାମାକ୍ଷାନଗର ସରକାରୀ କାର୍ଯ୍ୟାଳୟ ଓ ସରକାରୀ ଆବାସିକ ଘରେ ଚଢ଼ାଉ ଚାଲିଛି। ଭଦ୍ରକ ବାସୁଦେବପୁର ପୈତୃକ ଘର, ଭଦ୍ରକ ବରୁଣାଇରେ ସମ୍ପର୍କୀୟଙ୍କ ଘର, ଭଦ୍ରକ ଜୋରଗାଡ଼ିଆରେ ଜଣେ ସହଯୋଗୀଙ୍କ ଘର, ମୟୁରଭଞ୍ଜ ରାଇରଙ୍ଗପୁରରେ ଅନ୍ୟଜଣେ ସହଯୋଗୀଙ୍କ ଘରେ ମଧ୍ୟ ଚଢ଼ାଉ ଚାଲିଛି । ଏହି ଚଢ଼ାଉରେ ୧୦ ଜଣ ଡିଏସପି ଓ ଦୁଇ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି।

ସୁବାସ ଚନ୍ଦ୍ର ପଣ୍ଡାଙ୍କର ଭୁବନେଶ୍ୱର ସମେତ ଏକ କାଳୀନ ୪ ଟି ସ୍ଥାନରେ ଚଢ଼ାଉ ଜାରି କରାଯାଇଥିଲା । ଭୁବନେଶ୍ୱର ମହାଦେବ ବିହାର,ବରମୁଣ୍ଡାରେ ଥିବା ଘର ସମେତ ବ୍ରହ୍ମପୁର ମେଡିକାଲ ବ୍ୟାଙ୍କ କୋଲନୀରେ ଥିବା କାର୍ଯ୍ୟାଳୟ ଓ ବ୍ରହ୍ମପୁର ଖାରବେଳ ନଗର ପ୍ରଥମ ଲାଇନରେ ଥିବା ଭଡ଼ା ଘରେ ଭିଜିଲାନ୍ସର ଚଢ଼ାଉ କରିଥିଲା । ଏହି ସମୟରେ ସୁବାସଙ୍କ ଘରୁ ଏକ କେଜି ସୁନା ସହ ୧୩ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏହାସହ ଭରତପୁର ଥାନା ଅନ୍ତର୍ଗତ ଆଇଗିଣିଆରେ ୩ ମହଲା କୋଠା, ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ବରିମୁଣ୍ଡା ବାଲିଯାତ୍ରା ପଡିଆ ନିକଟରେ ୨ ମହଲା କୋଠା, ଭୁବନେଶ୍ୱରରେ ୪ଟି ବହୁମୂଲ୍ୟ ପ୍ଲଟ, ଗୋଟିଏ କ୍ରେଟା ଓ ଆଉ ଗୋଟିଏ ବେନାମୀ କାର ଠାବ ହୋଇଛି । ବର୍ତ୍ତମାନ ସୁଦ୍ଧା ତାଙ୍କର ଅନେକ ସ୍ଥାନରେ ଚଢ଼ାଉ ଜାରି କରିଛି ଭିଜିଲାନ୍ସ ।

ସେହିପରି ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ଵରରେ ରହିଛି ଏକ ମହଲା କୋଠା। ଏହାବ୍ୟତୀତ ଝାରପଡ଼ାରେ ୩ ମହଲା ନିର୍ମାଣାଧୀନ କୋଠା ରହିଛି। ସେହିପରି ଭଦ୍ରକରେ କୁଆଁସରେ ୩ ମହଲା ଓ ୨ ମହଲା ବିଶିଷ୍ଟ ୩ଟି ନିର୍ମାଣାଧୀନ କୋଠା ଥିବା ଜଣାପଡ଼ିଛି। ଅନ୍ୟପଟେ ଉପଜିଲାପାଳଙ୍କ ସମ୍ପର୍କୀୟଙ୍କ ଘରେ ବି ଚାଲିଛି ଚଢ଼ାଉ। ଭଦ୍ରକ ଓ ମୟୂରଞ୍ଜରେ ରହିଥିବା ସମ୍ପର୍କୀୟଙ୍କ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରୁଥିବା ଜଣାଯାଇଛି । ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ବିବରଣୀ ମିଳିପାରି ନାହିଁ ।

Tags: