କୂଅରେ ପଡ଼ି ୨ ଶିଶୁକନ୍ୟାଙ୍କ ମୃତ୍ୟୁ
ସୁବର୍ଣ୍ଣପୁର : ଗତକାଲି ଅପରାହ୍ନରେ ଖେଳିବା ସମୟରେ ବାଡ଼ି ପଛ ପଟ ପରିତ୍ୟକ୍ତ କୂଅରେ ପଡ଼ି ଦୁଇ ଜଣ ଶିଶୁକନ୍ୟାଙ୍କ ମୃତ୍ୟୁ । ଏ ଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଳା ବୀରମହାରାଜପୁରରେ । ଦୁଇ ଶିଶୁ କନ୍ୟା ହେଉଛନ୍ତି ସ୍ଥାନୀୟ ସୁବର୍ଣ୍ଣପୁର ହସ୍ପିଟାଲରେ ନର୍ସ ଥିବା ଅଳକା ମିଶ୍ରଙ୍କ ଝିଅ ସିଦ୍ଧିଶ୍ରୀ ମିଶ୍ର (ଦେଢ଼ ବର୍ଷ) ଓ ତାଙ୍କ ଭାଇ ଶିକ୍ଷକ ଆଲୋକ ମିଶ୍ରଙ୍କ ଝିଅ ଦିଶା ମିଶ୍ର (୩ ବର୍ଷ) I ସୂଚନା […]
ସୁବର୍ଣ୍ଣପୁର : ଗତକାଲି ଅପରାହ୍ନରେ ଖେଳିବା ସମୟରେ ବାଡ଼ି ପଛ ପଟ ପରିତ୍ୟକ୍ତ କୂଅରେ ପଡ଼ି ଦୁଇ ଜଣ ଶିଶୁକନ୍ୟାଙ୍କ ମୃତ୍ୟୁ । ଏ ଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଳା ବୀରମହାରାଜପୁରରେ । ଦୁଇ ଶିଶୁ କନ୍ୟା ହେଉଛନ୍ତି ସ୍ଥାନୀୟ ସୁବର୍ଣ୍ଣପୁର ହସ୍ପିଟାଲରେ ନର୍ସ ଥିବା ଅଳକା ମିଶ୍ରଙ୍କ ଝିଅ ସିଦ୍ଧିଶ୍ରୀ ମିଶ୍ର (ଦେଢ଼ ବର୍ଷ) ଓ ତାଙ୍କ ଭାଇ ଶିକ୍ଷକ ଆଲୋକ ମିଶ୍ରଙ୍କ ଝିଅ ଦିଶା ମିଶ୍ର (୩ ବର୍ଷ) I
ସୂଚନା ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମୁଖ୍ୟ ଛକ ନିକଟରେ ଥିବା ଦିଲୀପ ମିଶ୍ରଙ୍କ ବାଡ଼ିପଟେ ଖେଳୁଥିଲେ । କିନ୍ତୁ ପରିବାର ଲୋକଙ୍କୁ ଏ ସମ୍ପର୍କରେ କୌଣସି ସୂଚନା ପାଇନଥିଲେ । ବହୁ ସମୟ ଖୋଜାଖୋଜି କରିବା ପରେ ଦୁଇ ଶିଶୁ ପରିତ୍ୟକ୍ତ କୂଅରେ ପଡ଼ିଯାଇଥିବା ଜାଣିବାକୁ ପାଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସୋନପୁର ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଦିଶାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ପରିବାର ଲୋକେ ସିଦ୍ଧିଶ୍ରୀଙ୍କୁ ବରଗଡ଼ର ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପ୍ରଚାରିତ ହେବ ପରେ ପୁରା ମିଶ୍ର ପରିବାର ସ୍ତବ୍ଧ ହୋଇ ଯାଇଥିବା ବେଳେ ଗାଁରେ ଶୋକର ଛାୟା ଖେଳି ଯାଇଛି I




