ହାତୀ ଆକ୍ରମଣର ଶିକାର ହେଲେ ୨ ବନକର୍ମଚାରୀ

ମୟୁରଭଞ୍ଜ : ବଣୁଆ ହାତୀ ଆକ୍ରମଣରେ ଜଣେ ଫରେଷ୍ଟର ଓ ଜଣେ ଅସ୍ଥାୟୀ ବନକର୍ମଚାରୀ ଗୁରୁତର ଆହତ l ତେବେ ସେମାନେ ହେଉଛନ୍ତି ବଡାମପୁର ଫରେଷ୍ଟର ପ୍ରଦୀପ ଦେହୁରୀ ଓ ଜଣେ ଅସ୍ଥାୟୀ ବନକର୍ମଚାରୀ ଯତୀନ କିସ୍କୁ l ସୂଚନାନୁସାରେ , ଘଟଣାଟି ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ବଡାମପୁର ସେକ୍ସନ ଅଧୀନ ମେର୍ଦ୍ଦା ଉପକଣ୍ଠ ବେଣାପୁରା ଗ୍ରାମ ନିକଟରେ ଘଟିଛି l ତେବେ ବଣୁଆ ହାତୀ ଆକ୍ରମଣରେ ଜଣେ ଫରେଷ୍ଟର ଓ ଜଣେ ଅସ୍ଥାୟୀ ବନକର୍ମଚାରୀ […]

Samaya Live Picture
Published On

ମୟୁରଭଞ୍ଜ : ବଣୁଆ ହାତୀ ଆକ୍ରମଣରେ ଜଣେ ଫରେଷ୍ଟର ଓ ଜଣେ ଅସ୍ଥାୟୀ ବନକର୍ମଚାରୀ ଗୁରୁତର ଆହତ l ତେବେ ସେମାନେ ହେଉଛନ୍ତି ବଡାମପୁର ଫରେଷ୍ଟର ପ୍ରଦୀପ ଦେହୁରୀ ଓ ଜଣେ ଅସ୍ଥାୟୀ ବନକର୍ମଚାରୀ ଯତୀନ କିସ୍କୁ l
ସୂଚନାନୁସାରେ , ଘଟଣାଟି ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ବଡାମପୁର ସେକ୍ସନ ଅଧୀନ ମେର୍ଦ୍ଦା ଉପକଣ୍ଠ ବେଣାପୁରା ଗ୍ରାମ ନିକଟରେ ଘଟିଛି l ତେବେ ବଣୁଆ ହାତୀ ଆକ୍ରମଣରେ ଜଣେ ଫରେଷ୍ଟର ଓ ଜଣେ ଅସ୍ଥାୟୀ ବନକର୍ମଚାରୀ ଗୁରୁତର ଆହତ ହୋଇଛନ୍ତି l ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜର ଅନୱାର ଖାନଙ୍କ କହିବାନୁସାରେ ବିଗତ କିଛି ଦିନ ହେଲା ଏହି ଅଞ୍ଚଳରେ ୧୮ ଟିକିଆ ହାତୀପଲ ସ୍ଥାୟୀ ଭାବେ ରହି ଦିନକୁ ଦିନ ଉତ୍ପାତ ବଢ଼ାଇବାରେ ଲାଗିଛନ୍ତି l ହାତୀପଲ ପାଇଁ ଏକର ଏକର ଚାଷଜମି ନଷ୍ଟ ହେବା ସହ ଏକାଧିକ ଧନଜୀବନ ବି ନଷ୍ଟ ହେଲାଣି l ସେହିଭଳି ଗତକାଲି ବିଳମ୍ବିତ ରାତିରେ ଜନସାଧାରଣ ଓ ଜନବସତିକୁ ସୁରକ୍ଷା ଦେବା ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିଲା l ଏହି ସମୟରେ ଏକ ଚାରି ଟିକିଆ ହାତୀପଲ ବେଣାପୁରା ଗ୍ରାମର ଜନୈକ ଲୋକର ଘରେ ପଶିବାକୁ ଉଦ୍ୟମକରୁଥିଲେ l ଖବରପାଇଁ ବନକର୍ମଚାରୀ ତାଙ୍କୁ ସୁରକ୍ଷା ଦେବାକୁ ଯାଇ ନିଜେ ହାତୀ ଆକ୍ରମଣର ଶିକାର ହୋଇଥିଲେ l ଏହି ଆକ୍ରମଣରେ ବଡାମପୁର ଫରେଷ୍ଟର ପ୍ରଦୀପ ଦେହୁରୀ ଓ ଜଣେ ଅସ୍ଥାୟୀ ବନକର୍ମଚାରୀ ଯତୀନ କିସ୍କୁ ଗୁରୁତର ଆହତ ହୋଇଛନ୍ତି l ସେମାନଙ୍କୁ ସଙ୍ଗେ ସଙ୍ଗେ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା l ତନମଧ୍ୟରୁ ପ୍ରଦୀପ ଦେହୁରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାର ସୂଚନା ମିଳିଛି l

Tags: