+ ୨ ନାମଲେଖା ପାଇଁ ବଢ଼ିଲା ଆବେଦନ ଅବଧି

ଭୁବନେଶ୍ୱର : +୨ ବା ଏକାଦଶ ଶ୍ରେଣୀ ଆଡ଼ମିସନ ପାଇଁ ବଢ଼ିଲା ଆବେଦନ ଅବଧି । ଆବେଦନ ଅବଧିକୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଆବେଦନର ଶେଷ ତାରିଖ ଜୁଲାଇ ୬ ରହିଥିଲା । ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ୨୦ ତାରିଖରେ ପ୍ରକାଶ ପାଇବ। ଚୟନ ହୋଇଥିବା ଛାତ୍ରୀଛାତ୍ର ୨୨ରୁ ୨୭ତାରିଖ ମଧ୍ୟରେ ନାମ ଲେଖାଇବେ। ପ୍ରଥମ ପର୍ଯ୍ୟାୟରେ […]

Samaya Live Picture
Published On

ଭୁବନେଶ୍ୱର : +୨ ବା ଏକାଦଶ ଶ୍ରେଣୀ ଆଡ଼ମିସନ ପାଇଁ ବଢ଼ିଲା ଆବେଦନ ଅବଧି । ଆବେଦନ ଅବଧିକୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଆବେଦନର ଶେଷ ତାରିଖ ଜୁଲାଇ ୬ ରହିଥିଲା ।

ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ୨୦ ତାରିଖରେ ପ୍ରକାଶ ପାଇବ। ଚୟନ ହୋଇଥିବା ଛାତ୍ରୀଛାତ୍ର ୨୨ରୁ ୨୭ତାରିଖ ମଧ୍ୟରେ ନାମ ଲେଖାଇବେ। ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରୀଛାତ୍ର ଅନ୍ୟ ଶିକ୍ଷାନୁଷ୍ଠାନରେ ପଢ଼ିବାକୁ ଇଚ୍ଛୁକ ଥିଲେ ୨୨ରୁ ୩୦ ତାରିଖ ମଧ୍ୟରେ ସ୍ଲାଇଡ୍‌ ଅପ୍‌ ଅପସନ୍‌ ଦେଇପାରିବେ।

ସେହିପରି ଅଗଷ୍ଟ ୫ରେ ପ୍ରକାଶ ପାଇବା ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା । ଅଗଷ୍ଟ ୭ରୁ ୧୦ ତାରିଖ ମଧ୍ୟରେ ମନୋନୀତ ହୋଇଥିବା ଛାତ୍ରୀଛାତ୍ର ନାମ ଲେଖାଇବେ। ଅନ୍ୟ ଉଚ୍ଚତର ଶିକ୍ଷାନୁଷ୍ଠାନରେ ସ୍ପଟ୍‌ ନାମଲେଖାରେ ଅଂଶଗ୍ରହଣ କରିବା ପାଇଁ ଅଗଷ୍ଟ ୧୨ରୁ ୧୪ ତାରିଖ ଯାଏ ଚଏସ୍‌ ଲକିଂ କରିପାରିବେ। ଅଗଷ୍ଟ ୨୦ରେ ସ୍ପଟ୍‌ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ।

୨୨ତାରିଖ ମଧ୍ୟାହ୍ନରୁ ୨୮ତାରିଖ ଅପରାହ୍ନ ୬ଟା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ। ଅଗଷ୍ଟ ୧ତାରିଖରୁ ଯୁକ୍ତ୨ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ।

ସୂଚନାନୁସାରେ, ଗତ ଜୁନ୍‌‌ ୭ ତାରିଖ ଠାରୁ ଆବେଦନ ଆରମ୍ଭ ହୋଇଛି। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀ ବିଭାଗରେ ପଢ଼଼ିବାକୁ ଆଗ୍ରହୀ ଛାତ୍ରଛାତ୍ରୀମାନେ ସାମ୍‌‌ସ ୱେବସାଇଟ୍‌‌ www.samsodisha.gov.in ରେ ଆବେଦନ କରିପାରିବେ।

Tags: