ମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ପରୀକ୍ଷା
ଭୁବନେଶ୍ୱର: ମାର୍ଚ୍ଚ ପହିଲାରୁ ଆରମ୍ଭ ହେବାକୁ ଯାଉଛି +୨ ପରୀକ୍ଷା। । ରବିବାର ସନ୍ଧ୍ୟା ସୁଦ୍ଧା ପରୀକ୍ଷା କେନ୍ଦ୍ର ଗୁଡିକରେ ପହଂଚି ସାରିଛି ପ୍ରଶ୍ନପତ୍ର I ଏଥର ସିସିଟିଭି ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ସବୁ ପ୍ରସ୍ତୁତି କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଚଳିତବର୍ଷ ୧୧୪୫ ପରୀକ୍ଷା କେନ୍ଦ୍ରରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ୩ ଲକ୍ଷ ୫୮ ହଜାର ପରୀକ୍ଷାର୍ଥୀ ରହିଛନ୍ତି। ପରୀକ୍ଷା […]
ଭୁବନେଶ୍ୱର: ମାର୍ଚ୍ଚ ପହିଲାରୁ ଆରମ୍ଭ ହେବାକୁ ଯାଉଛି +୨ ପରୀକ୍ଷା। । ରବିବାର ସନ୍ଧ୍ୟା ସୁଦ୍ଧା ପରୀକ୍ଷା କେନ୍ଦ୍ର ଗୁଡିକରେ ପହଂଚି ସାରିଛି ପ୍ରଶ୍ନପତ୍ର I ଏଥର ସିସିଟିଭି ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ସବୁ ପ୍ରସ୍ତୁତି କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ଚଳିତବର୍ଷ ୧୧୪୫ ପରୀକ୍ଷା କେନ୍ଦ୍ରରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ୩ ଲକ୍ଷ ୫୮ ହଜାର ପରୀକ୍ଷାର୍ଥୀ ରହିଛନ୍ତି। ପରୀକ୍ଷା କେନ୍ଦ୍ର ହୋଇଥିବା କଲେଜଗୁଡ଼ିକ ମଧ୍ୟରେ ଅଧିକାଂଶ ୬୬୨ ବର୍ଗ ଅନ୍ତର୍ଗତ ରହିଛି।
ସେପଟେ +୨ ପରୀକ୍ଷାକୁ ହାତରେ ମାତ୍ର କେଇ ଘଣ୍ଟା ବାକି ଥିବାବେଳେ ରାଜଧାନୀରେ ଚାଲିଛି ଅଧ୍ୟାପକଙ୍କ ଆନ୍ଦୋଳନ । ୪ ଦଫା ଦାବିରେ ୬୬୨ ଯୁକ୍ତ ୨ ଓ ଯୁକ୍ତ୩ ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ ୧୫ ଦିନ ହେଲା ରାଜଧାନୀରେ ଆନ୍ଦୋଳନ କରୁଛନ୍ତି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି କିଛି ଅଧ୍ୟାପକ ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନ କରିବାକୁ ଚେତାବନୀ ଦେଇଥିବା ବିଭାଗର ନଜରକୁ ଆସିଛି । ଏଥିସହ ସେ ଅଧ୍ୟାପକଙ୍କୁ ଅନୁରୋଧ କରି କହିଛନ୍ତି ପିଲାଙ୍କ ସ୍ୱାର୍ଥ ଆଗ । ତେଣୁ ପରୀକ୍ଷାରେ ସହଯୋଗ କରିବା ପାଇଁ ଆନ୍ଦୋଳନରତ ଅଧ୍ୟାପକମାନଙ୍କୁ ମନ୍ତ୍ରୀ ଅପିଲ କରିଛନ୍ତି ।




