୨୬ ତାରିଖରେ ବାହାରିବ +୨ ପରୀକ୍ଷା ଫଳ
ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଫଳ ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ। ପରିଷଦ କାର୍ଯ୍ୟାଳୟରେ ରବିବାର ଅପରାହ୍ନ ୩ଟାରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ଶୁକ୍ରବାର ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି। ଚଳିତବର୍ଷ ପ୍ରଥମଥର ପାଇଁ ଗୋଟିଏ ଦିନରେ ଏକାଥରକରେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟର ରେଜଲ୍ଟ ବାହାରିବ। ଛାତ୍ରୀଛାତ୍ର www.orissaresults.nic.in ଓ୍ବେବ୍ସାଇଟରେ ରେଜଲ୍ଟ ଦେଖିପାରିବେ। ସୂଚନାଯୋଗ୍ୟ, ଚଳିତବର୍ଷ […]
ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଫଳ ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ। ପରିଷଦ କାର୍ଯ୍ୟାଳୟରେ ରବିବାର ଅପରାହ୍ନ ୩ଟାରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ଶୁକ୍ରବାର ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି। ଚଳିତବର୍ଷ ପ୍ରଥମଥର ପାଇଁ ଗୋଟିଏ ଦିନରେ ଏକାଥରକରେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟର ରେଜଲ୍ଟ ବାହାରିବ। ଛାତ୍ରୀଛାତ୍ର www.orissaresults.nic.in ଓ୍ବେବ୍ସାଇଟରେ ରେଜଲ୍ଟ ଦେଖିପାରିବେ। ସୂଚନାଯୋଗ୍ୟ, ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୫୦ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି।
ସୂଚନାନୁସାରେ,ରବିବାର ୨୬ ତାରିଖ ପୂର୍ବାହ୍ନ ୧୦.୩୦ରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ନେଇ ଶୁକ୍ରବାର ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନାଦେଇଛନ୍ତି । ୧୧.୩୦ ସୁଦ୍ଧା ଓ୍ବେବ୍ସାଇଟ୍ରେ ରେଜଲ୍ଟ ଉପଲବ୍ଧ ହୋଇପାରିବ। ତେବେ ଇଣ୍ଟରନେଟ୍ ସୁବିଧା ନ ଥିଲେ ଏସଏମଏସରେ ଛାତ୍ରଛାତ୍ରୀ ପରୀକ୍ଷା ଫଳ ଜାଣି ପାରିବେ। ୫୬୭୬୭୫୦କୁ ଏସଏମଏସ କରି ରେଜଲ୍ଟ ପାଇପାରିବେ। ଅପରାହ୍ଣରେ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ସାର୍ଟିଫିକେଟ୍ ମିଳିବ। ସେହିପରି ମଧ୍ୟମା ଓ ଏସଓଏସସି-୧ ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇବ। ମେ ୨୯ରୁ ଜୁନ୍ ୫ ମଧ୍ୟରେ ଚେକିଂ ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି ।




