ଫେବୃଆରୀ ୧୫ ରୁ +୨ ପରୀକ୍ଷା !
ଭୁବନେଶ୍ୱର : ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଆସିଲା ବଡ଼ ଖବର। ୨୦୨୫ ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇପାରେ ଯୁକ୍ତ ଦୁଇ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା। ଏହାପୂର୍ବରୁ ଡିସେମ୍ବର ୨୬ରୁ ଜାନୁଆରୀ ୧୫ ଯାଏଁ ହେବ ପ୍ରାକ୍ଟିକାଲ ଏବଂ ଇଣ୍ଟରନାଲ ପରୀକ୍ଷା । ୨୦୨୫ +୨ ପରୀକ୍ଷା ପ୍ରଶ୍ନପତ୍ରରେ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଢାଞ୍ଚା ଲାଗୁହେବ । ବାର୍ଷିକ ପରୀକ୍ଷାରେ ଆଉ […]
ଭୁବନେଶ୍ୱର : ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଆସିଲା ବଡ଼ ଖବର। ୨୦୨୫ ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇପାରେ ଯୁକ୍ତ ଦୁଇ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା। ଏହାପୂର୍ବରୁ ଡିସେମ୍ବର ୨୬ରୁ ଜାନୁଆରୀ ୧୫ ଯାଏଁ ହେବ ପ୍ରାକ୍ଟିକାଲ ଏବଂ ଇଣ୍ଟରନାଲ ପରୀକ୍ଷା ।
୨୦୨୫ +୨ ପରୀକ୍ଷା ପ୍ରଶ୍ନପତ୍ରରେ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଢାଞ୍ଚା ଲାଗୁହେବ । ବାର୍ଷିକ ପରୀକ୍ଷାରେ ଆଉ ୧୦୦ ନୁହେଁ, ବରଂ ପରୀକ୍ଷାର୍ଥୀଙ୍କୁ ୮୦ ମାର୍କର ଥିଓରି ପରୀକ୍ଷା ଦେବାକୁ ପଡ଼ିବ । ସେଥିରୁ ୨୪ ମାର୍କ ରଖିଲେ ଜଣେ ପରୀକ୍ଷାର୍ଥୀ ପାସ୍ କରିବେ। ନ ହେଲେ ଫେଲ୍ ବୋଲି ବିବେଚନା କରାଯିବ। ବାକି ୨୦ ମାର୍କ ଇଣ୍ଟରନାଲ୍ ପରୀକ୍ଷା ହେବ। ସେଥିରେ ପରୀକ୍ଷାର୍ଥୀ ଯେତିକି ମାର୍କ ରଖିବେ ତାହାକୁ ମୋଟ ମାର୍କ ସହ ସଂଯୋଗ କରାଯିବ। ହେଲେ ଥିଓରି ମାର୍କ ସହ ମିଶ୍ରଣ କରାଯାଇ ପାସ୍ ବୋଲି ଗଣାଯିବ ନାହିଁ।
ସେହିପରି ପ୍ରାକ୍ଟିକାଲ ଥିବା ବିଷୟଗୁଡ଼ିରେ ଛାତ୍ରୀଛାତ୍ରଙ୍କୁ ୭୦ ମାର୍କର ଥିଓରୀ ଏବଂ ୩୦ ମାର୍କର ପ୍ରାକ୍ଟିକାଲ ଦେବାକୁ ପଡ଼ିବ। ପ୍ରୋଜେକ୍ଟ ଥିବା ବିଷୟରେ ୮୦ ମାର୍କ ଥିଓରୀ ଏବଂ ୨୦ ମାର୍କର ପ୍ରୋଜେକ୍ଟ ଦେବାକୁ ପଡ଼ିବ। ତେବେ ଇଣ୍ଟିଗ୍ରେଟେଡ ଧନ୍ଦାମୂଳକ ବିଷୟରେ ୫୦ ମାର୍କର ଥିଓରୀ ଓ ୫୦ ମାର୍କର ପ୍ରାକ୍ଟିକାଲ ଏବଂ ଭୋକେସନାଲ ଟ୍ରେଡ୍ ବିଷୟରେ ୪୦ ମାର୍କର ଥିଓରୀ ଓ ୬୦ ମାର୍କର ପ୍ରକ୍ଟିକାଲ ଦେବାକୁ ପଡ଼ିବ। ତେବେ ନନ୍ପ୍ରାକ୍ଟିକାଲ ବିଷୟ ଗୁଡ଼ିକରେ ୮୦ ମାର୍କର ଥିଓରୀ ଏବଂ ୨୦ ମାର୍କର ଉଣ୍ଟରନାଲ ପରୀକ୍ଷାରୁ ଦିଆଯିବ। ପ୍ରୋଜେକ୍ଟ ନ ଥିବା ବିଷୟଗୁଡ଼ିକରେ ୪୦ ମାର୍କର ଥିଓରୀ ଏବଂ ୧୦ ମାର୍କ ଇଣ୍ଟରନାଲ ପରୀକ୍ଷାରୁ ଦିଆଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିଭଳି ୨୦୨୨ରେ ନାମଲେଖାଇଥିବା ଏକ୍ସରେଗୁଲାର ଛାତ୍ରୀଛାତ୍ରଙ୍କର କିଭଳି ମାର୍କ ଦିଆଯିବ ସେ ନେଇ ମଧ୍ୟ ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।




