ଆଜିଠାରୁ ଆରମ୍ଭ ହେଲା +୨ ପରୀକ୍ଷା ଫର୍ମ ଫିଲପ

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଲା +୨ ପିଲାଙ୍କ ଫର୍ମଫିଲପ ପ୍ରକ୍ରିୟା I କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ରେଗୁଲାର୍‌‌ ପରୀକ୍ଷା ପାଇଁ ଫର୍ମଫିଲପ ଆରମ୍ଭ ଚାଲିଛି । ଏହା ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଯେଉଁମାନେ ଫର୍ମ ପୂରଣ କରିବେ ନାହିଁ, ସେମାନେ ଡିସେମ୍ବର ୧ରୁ ୭ ତାରିଖ ମଧ୍ୟରେ ୧୦୦ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରିପାରିବେ। ପୁନର୍ବାର କୌଣସି ସମସ୍ୟା ପାଇଁ ଏହି ସମୟସୀମାରେ ଫର୍ମପୂରଣ […]

Samaya Live Picture
Published On

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଲା +୨ ପିଲାଙ୍କ ଫର୍ମଫିଲପ ପ୍ରକ୍ରିୟା I କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ରେଗୁଲାର୍‌‌ ପରୀକ୍ଷା ପାଇଁ ଫର୍ମଫିଲପ ଆରମ୍ଭ ଚାଲିଛି । ଏହା ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଯେଉଁମାନେ ଫର୍ମ ପୂରଣ କରିବେ ନାହିଁ, ସେମାନେ ଡିସେମ୍ବର ୧ରୁ ୭ ତାରିଖ ମଧ୍ୟରେ ୧୦୦ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରିପାରିବେ। ପୁନର୍ବାର କୌଣସି ସମସ୍ୟା ପାଇଁ ଏହି ସମୟସୀମାରେ ଫର୍ମପୂରଣ କରି ନପାରିଲେ, ୪୫୦ଟଙ୍କା ଜରିମାନା ଦେଇ ଡିସେମ୍ବର ୬ ଓ ୭ତାରିଖରେ କରିପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, +୨ ପରୀକ୍ଷା ଫେବୃଆରୀ ୧୪ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଜାନୁଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ପରୀକ୍ଷା ସୂଚୀ ପ୍ରକାଶ ପାଇବ। ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୮୦ ପ୍ରତିଶତ ବାର୍ଷିକ ଓ ୨୦ ପ୍ରତିଶତ ଇଣ୍ଟରନାଲ୍‌‌ ପରୀକ୍ଷାର ୱେଟେଜ୍‌‌କୁ ନେଇ ଚୂଡ଼ାନ୍ତ ଫଳ ପ୍ରକାଶ ପାଇବ ବୋଲି ସିଏଚ୍‌ଏସ୍‌ଇ କହିଛି।

Tags: