ଆଜି ଠାରୁ + ୨ ନାମଲେଖା

ଭୁବନେଶ୍ୱର : ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି +୨ ପ୍ରଥମ ପର୍ଯ୍ୟାୟ ନାମ ଲେଖା I ସକାଳ ୯ରୁ ୫ଟା ଯାଏ ନାମଲେଖା ଚାଲିବ । ଚଳିତବର୍ଷ ୪ ଲକ୍ଷ ୭୨ ହଜାର ୨୭୯ ପିଲା ଆବେଦନ କରିଥିଲେ । ଗତକାଲି ପ୍ରଥମ ପର୍ଯ୍ୟାୟ ମେଧାତାଲିକାରେ ସିଟ ଆବଣ୍ଟନ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ନାମଲେଖା ପ୍ରକ୍ରିୟା ରେ ସୁଯୋଗ ମିଳିବ। ଗୋଟିଏ ଘଣ୍ଟାରେ ୧୫ ଜଣ ଛାତ୍ରଛାତ୍ରୀଙ୍କୁ ସ୍ଲଟ୍ ପ୍ରଦାନ କରାଯାଇଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି +୨ ପ୍ରଥମ ପର୍ଯ୍ୟାୟ ନାମ ଲେଖା I ସକାଳ ୯ରୁ ୫ଟା ଯାଏ ନାମଲେଖା ଚାଲିବ । ଚଳିତବର୍ଷ ୪ ଲକ୍ଷ ୭୨ ହଜାର ୨୭୯ ପିଲା ଆବେଦନ କରିଥିଲେ । ଗତକାଲି ପ୍ରଥମ ପର୍ଯ୍ୟାୟ ମେଧାତାଲିକାରେ ସିଟ ଆବଣ୍ଟନ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ନାମଲେଖା ପ୍ରକ୍ରିୟା ରେ ସୁଯୋଗ ମିଳିବ। ଗୋଟିଏ ଘଣ୍ଟାରେ ୧୫ ଜଣ ଛାତ୍ରଛାତ୍ରୀଙ୍କୁ ସ୍ଲଟ୍ ପ୍ରଦାନ କରାଯାଇଛି।

ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ୪ ଲକ୍ଷ ୧୨ ହଜାର ୩୬୮ ଜଣ । କଳାରେ ସର୍ବାଧିକ ୨ ଲକ୍ଷ ୫୩ ହଜାର ୧୭୮ ଜଣ, ବାଣିଜ୍ୟରେ ୨୫ ହଜାର ୧୬୮ ଓ ବିଜ୍ଞାନରେ ୧ଲକ୍ଷ ୨୧ ହଜାର ୨୩ ଜଣ ମନୋନୀତ ହୋଇଛନ୍ତି । ବାକି ୫୯ ହଜାର ୯୧୧ ପିଲା ଦ୍ୱିତୀୟ ଓ ସ୍ପଟ୍ ଆଡ଼ମିଶନ ପାଇଁ ରହିଯାଇଛନ୍ତି ।

ଏହାରି ଭିତରେ ଗତକାଲି ପ୍ରକାଶ ପାଇସାରିଛି କଟ୍ ଅଫ୍ ତାଲିକା । ବିଜ୍ଞାନ, ବାଣିଜ୍ୟ ଏବଂ କଳା, ସବୁ ଷ୍ଟ୍ରିମରେ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ରହିଛି ରେଭେନ୍ସା । ଜୁଲାଇ ୧୯ ରେ ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେରିଟ ଲିଷ୍ଟ । ୨୦ ରୁ ୨୨ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ । ଏଥର ସ୍ପଟ୍ ସିଲେକ୍ସନ ପାଇଁ ଛାତ୍ରଛାତ୍ରୀ ସମସ୍ତ କଲେଜରେ ଆବେଦନ କରିପାରିବେ । ଅନ୍ୟାନ୍ୟ ବର୍ଗର ୪୭ଜଣ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୭ରୁ ୧୩ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ।

Tags: