ଆଜିଠାରୁ +୨ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ଆଜି ଠାରୁ ରାଜ୍ୟରେ +୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି I ଏହି ଆବେଦନ ଅନଲାଇନ ମାଧ୍ୟମରେ ହେବ I ସାମସ ଓଡିଶା ପୋର୍ଟାଲରେ ଆସନ୍ତା ଜୁନ ୨୦ ତାରିଖ ପର୍ଯ୍ୟନ୍ତ ଅନଲାଇନ ଜରିଆରେ ଆବେଦନ ହେଇପାରିବ I www.samsodisha.gov.in ରେ ଛାତ୍ରଛାତ୍ରୀ ନାମଲେଖା ଆବେଦନ କରିପାରିବେ । ଜୁନ୍ ୨୦ ତାରିଖ ଯାଏଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଜୁନ ୨୮ ତାରିଖରେ ପ୍ରକାଶ ପାଇବ ପ୍ରଥମ ମେରିଟ୍‌ ଲିଷ୍ଟ […]

Samaya Live Picture
Published On

ଭୁବନେଶ୍ୱର : ଆଜି ଠାରୁ ରାଜ୍ୟରେ +୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି I ଏହି ଆବେଦନ ଅନଲାଇନ ମାଧ୍ୟମରେ ହେବ I ସାମସ ଓଡିଶା ପୋର୍ଟାଲରେ ଆସନ୍ତା ଜୁନ ୨୦ ତାରିଖ ପର୍ଯ୍ୟନ୍ତ ଅନଲାଇନ ଜରିଆରେ ଆବେଦନ ହେଇପାରିବ I

www.samsodisha.gov.in ରେ ଛାତ୍ରଛାତ୍ରୀ ନାମଲେଖା ଆବେଦନ କରିପାରିବେ । ଜୁନ୍ ୨୦ ତାରିଖ ଯାଏଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଜୁନ ୨୮ ତାରିଖରେ ପ୍ରକାଶ ପାଇବ ପ୍ରଥମ ମେରିଟ୍‌ ଲିଷ୍ଟ । ୨୯ ଜୁନ୍‌ରୁ ଜୁଲାଇ ୫ ତାରିଖ ହେବ ପ୍ରଥମ ପର୍ଯ୍ୟାୟ ନାମଲେଖା ଚାଲିବ। ଜୁଲାଇ ୧୩ ତାରିଖରେ ପ୍ରକାଶ ପାଇବ ଦ୍ଵିତୀୟ ମେରିଟ ଲିଷ୍ଟ। ଜୁଲାଇ ୧୪ ରୁ ୧୭ ହେବ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା । ଦୁଇଟି ପର୍ଯ୍ୟାୟରେ ହେବ ନାମଲେଖା । ୧୯ ଜୁଲାଇ ସ୍ପଟ୍ ଆଡ଼ମିଶନ ପାଇଁ ତାଲିକା ପ୍ରକାଶ ପାଇବ । ୧୯ ରୁ ୨୧ ତାରିଖ ଅନ୍‌ଲାଇନରେ ଚଏସ୍‌ ଲକିଂ ଏବଂ ୨୬ରେ ହେବ ସ୍ପଟ୍ ଆଡ଼ମିଶନ । ଜୁଲାଇ ୨୯ରୁ ଆରମ୍ଭ ହେବ ଯୁକ୍ତ ୨ ପ୍ରଥମ ବର୍ଷ ପାଠ ପଢା।

ଅନ୍ୟପଟେ ,ରାଜ୍ୟର ୬୭ଟି ଯୁକ୍ତ୨ କଲେଜରେ ନାମଲେଖା‌ ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ଲଗାତାର ଦୁଇ ବର୍ଷ ଧରି ଜଣେ ବି ଛାତ୍ରଛାତ୍ରୀ କଲେଜଗୁଡ଼ିକରେ ନାମ ଲେଖାଇ ନ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। କଟକଣା ଲାଗିଥିବା କଲେଜଗୁଡ଼ିକ ମଧ୍ୟରୁ ୫୦ଟି ସେଲ୍ଫ ଫାଇନାନ୍ସିଂ ରହିଛି। ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ବିଭାଗ ଅଧୀନରେ ଥିବା ୧୪ଟି କଲେଜରେ ନାମଲେଖା ଲାଗି ଏବର୍ଷ ଅନୁମତି ଦିଆଯାଇ ନାହିଁ। ଏଥିସହ ଅଣଅନୁଦାନପ୍ରାପ୍ତ ୩ କଲେଜ ଉପରେ ମଧ୍ୟ କଟକଣା ଲାଗିଛି।

Tags: