ଆଜି ଠାରୁ ଆରମ୍ଭ ହେଲା +୨ ନାମଲେଖା ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇରେ ନାମଲେଖା ପାଇଁ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା । CHSE ଅଧିନସ୍ଥ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକରେ ପାଠ ପଢିବା ପାଇଁ ଛାତ୍ରଛାତ୍ରୀ କରିବେ ଆବେଦନ।ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡର ପୋର୍ଟାଲ www.samsodisha.gov.in କୁ ଯାଇ ଛାତ୍ରୀଛାତ୍ର ଫର୍ମ ଆବେଦନ କରିପାରିବେ। ରାଜ୍ୟର ମୋଟ ୨ହଜାର ୨୨୧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିବା ପାଇଁ ଏହି ଆବେଦନ କରାଯିବ। ଏହି କଲେଜ ଗୁଡ଼ିକରେ ମୋଟ […]

Samaya Live Picture
Published On

ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇରେ ନାମଲେଖା ପାଇଁ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା । CHSE ଅଧିନସ୍ଥ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକରେ ପାଠ ପଢିବା ପାଇଁ ଛାତ୍ରଛାତ୍ରୀ କରିବେ ଆବେଦନ।ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡର ପୋର୍ଟାଲ www.samsodisha.gov.in କୁ ଯାଇ ଛାତ୍ରୀଛାତ୍ର ଫର୍ମ ଆବେଦନ କରିପାରିବେ।

ରାଜ୍ୟର ମୋଟ ୨ହଜାର ୨୨୧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିବା ପାଇଁ ଏହି ଆବେଦନ କରାଯିବ। ଏହି କଲେଜ ଗୁଡ଼ିକରେ ମୋଟ କଳାରେ ୨ଲକ୍ଷ ୯୪ହଜାର ୮୪୦, ବାଣିଜ୍ୟରେ ୪୦ହଜାର ୧୦୪, ବିଜ୍ଞାନରେ ଲକ୍ଷେ ୬୬ ହଜାର ୯୨୯ ଓ ଧନ୍ଦାମୂଳକ ଶିକ୍ଷାରେ ୧୦ହଜାର ୫୦୪ ସିଟ୍‌ ରହିଛି। ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଫର୍ମ ଆବେଦନ କରି ପାରିବେ। ଜୁଲାଇ ୧୮ରେପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ଯୋଗ୍ୟ ବିବେଚିତ ଛାତ୍ରୀଛାତ୍ର ଜୁଲାଇ ୧୯ରୁ ୨୩ ତାରିଖ ଭିତରେ ନାମ ଲେଖାଇବେ।

Tags: