ମରାମତି ବେଳେ ଟ୍ରକ ଧକ୍କାରେ ୨ ଡ୍ରାଇଭର ମୃତ

ଯାଜପୁର : ଯାଜପୁର ଜିଲ୍ଲା ୧୬ ନ.ଜାତୀୟ ରାଜପଥ ମୂଳାପାଳ ଛକରେ ମର୍ମନ୍ତୁଦ ଦୁର୍ଘଟଣା I ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ପୁରୁଣା ଥାନା ନିକଟରେ ଘଟିଥିବା ଦୁର୍ଘଟଣାରେ ୨ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି I ମୂଳାପାଳ ଛକ ନିକଟରେ ଆଜି ଏକ ଟ୍ରକ ଖରାପ ହୋଇଥିଲା। ଟ୍ରକଟି ଜାରକା ଅଞ୍ଚଳର ହୋଇଥିବାରୁ ଏକ ବୋଲେରୋ କ୍ୟାମ୍ପର ଗାଡିରେ ସେଠାକୁ ମିସ୍ତ୍ରୀ ମରାମତି କରିବାକୁ ଯାଇଥିଲେ। ଟ୍ରକର ଡ୍ରାଇଭର, କ୍ୟାମ୍ପର ଡ୍ରାଇଭର ଓ ମିସ୍ତ୍ରୀ ଉକ୍ତ ଗାଡିର […]

Samaya Live Picture
Published On

ଯାଜପୁର : ଯାଜପୁର ଜିଲ୍ଲା ୧୬ ନ.ଜାତୀୟ ରାଜପଥ ମୂଳାପାଳ ଛକରେ ମର୍ମନ୍ତୁଦ ଦୁର୍ଘଟଣା I ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ପୁରୁଣା ଥାନା ନିକଟରେ ଘଟିଥିବା ଦୁର୍ଘଟଣାରେ ୨ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି I ମୂଳାପାଳ ଛକ ନିକଟରେ ଆଜି ଏକ ଟ୍ରକ ଖରାପ ହୋଇଥିଲା। ଟ୍ରକଟି ଜାରକା ଅଞ୍ଚଳର ହୋଇଥିବାରୁ ଏକ ବୋଲେରୋ କ୍ୟାମ୍ପର ଗାଡିରେ ସେଠାକୁ ମିସ୍ତ୍ରୀ ମରାମତି କରିବାକୁ ଯାଇଥିଲେ। ଟ୍ରକର ଡ୍ରାଇଭର, କ୍ୟାମ୍ପର ଡ୍ରାଇଭର ଓ ମିସ୍ତ୍ରୀ ଉକ୍ତ ଗାଡିର ତଳେ ରହି ମରାମତି କରୁଥିବା ସମୟରେ ଅନ୍ୟ ଏକ ଟ୍ରକ ଗାଡିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ଘଟଣା ସ୍ଥଳରେ କୁଆଖିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକ ଡ୍ରାଇଭର ଦ୍ବୟ ଧର୍ମଶାଳା ଥାନା ଜାରକା ଅଞ୍ଚଳର ବୋଲି ସୂଚନା ମିଳିଛି।

Tags: