ପିକ-ଅପ ଭ୍ୟାନ ଧକ୍କାରେ ମାଇଁ ଭଣଜା ମୃତ
ଝାରସୁଗୁଡା : ପିକ-ଅପ ଭ୍ୟାନ ଧକ୍କାରେ ମାଇଁ ଭଣଜା ମୃତ I ଝାରସୁଗୁଡା ଜିଲ୍ଲା ବ୍ରଜରାଜ ନଗର ଥାନା ଅଧିନସ୍ଥ ଗାନ୍ଧୀଛକ ଫାଣ୍ଡି ଅନ୍ତର୍ଗତ ଚାନ୍ଦିନୀମାଲ ରାସ୍ତାରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଏକ ଟାୟାର ବୋଝେଇ ପିକଅପ ଭ୍ୟାନ ସହ ବାଇକ ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା I ମୃତକ ୨ ଜଣ ସମ୍ପର୍କରେ ମାଇଁ ଭଣଜା ବୋଲି ଜଣା ପଡିଛି I ଦୁର୍ଘଟଣା […]
ଝାରସୁଗୁଡା : ପିକ-ଅପ ଭ୍ୟାନ ଧକ୍କାରେ ମାଇଁ ଭଣଜା ମୃତ I ଝାରସୁଗୁଡା ଜିଲ୍ଲା ବ୍ରଜରାଜ ନଗର ଥାନା ଅଧିନସ୍ଥ ଗାନ୍ଧୀଛକ ଫାଣ୍ଡି ଅନ୍ତର୍ଗତ ଚାନ୍ଦିନୀମାଲ ରାସ୍ତାରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଏକ ଟାୟାର ବୋଝେଇ ପିକଅପ ଭ୍ୟାନ ସହ ବାଇକ ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା I ମୃତକ ୨ ଜଣ ସମ୍ପର୍କରେ ମାଇଁ ଭଣଜା ବୋଲି ଜଣା ପଡିଛି I ଦୁର୍ଘଟଣା ଖବର ପାଇ ଗାନ୍ଧୀ ଛକ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି।
ଅନ୍ୟପଟେ ଆଜି ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ-ସାରୁଅ ମଧ୍ୟବର୍ତ୍ତୀ ଶଙ୍ଖ ନିକଟରେ ଦୁର୍ଘଟଣା ଘଟି ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି I ରାସ୍ତାରେ ଖରାପ ହୋଇ ଛିଡା ହୋଇଥିବା ଏକ ଟ୍ରକକୁ ପଛ ପଟୁ ବାଇକ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତି କରିଛି I




