ଅଜଣା ଗାଡ଼ି ଧକ୍କାରେ ୨ ମୃତ

ବଲାଙ୍ଗୀର : ଅଜଣା ଗାଡି ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ I ଗତକାଲି ରାତିରେ ରାସ୍ତା କଡରେ ବାଇକ ରଖି ଛିଡା ହୋଇଥିବାବେଳେ ୨ ଯୁବକଙ୍କୁ ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଥିଲା I ମୃତକ ଦ୍ବୟ ହେଲେ ଖଗେଶ୍ୱର ଦୀପ ଓ ତାଲପାଲି ଗାଁର ସଚିକାନ୍ତ ନାଗ। ଉଭୟଙ୍କ ଘର ପୁଇଁତଳା ଥାନା ଅନ୍ତର୍ଗତ ଛତାପିପିଲି ଗ୍ରାମରେ I ସ୍ଥାନୀୟ ଲୋକେ ଓ ପୁଇଁତଳା ପୁଲିସ ଉଭୟଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ […]

Samaya Live Picture
Published On

ବଲାଙ୍ଗୀର : ଅଜଣା ଗାଡି ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ I ଗତକାଲି ରାତିରେ ରାସ୍ତା କଡରେ ବାଇକ ରଖି ଛିଡା ହୋଇଥିବାବେଳେ ୨ ଯୁବକଙ୍କୁ ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଥିଲା I ମୃତକ ଦ୍ବୟ ହେଲେ ଖଗେଶ୍ୱର ଦୀପ ଓ ତାଲପାଲି ଗାଁର ସଚିକାନ୍ତ ନାଗ। ଉଭୟଙ୍କ ଘର ପୁଇଁତଳା ଥାନା ଅନ୍ତର୍ଗତ ଛତାପିପିଲି ଗ୍ରାମରେ I ସ୍ଥାନୀୟ ଲୋକେ ଓ ପୁଇଁତଳା ପୁଲିସ ଉଭୟଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ବିଳମ୍ବିତ ରାତିରେ ଓ ଆଉଜଣଙ୍କର ଆଜି ଭୋର ସମୟରେ ମୃତ୍ୟୁ ହୋଇଛି। ପୁଇଁତଳା ପୋଲିସ ପହଁଚି ଘଟଣାର ଅନୁସନ୍ଧାନ ଜାରି ରଖିଛି I ଏହି ଘଟଣା ପ୍ରଚାରିତ ହେବା ପରେ ଛତାପିପିଲି ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

Tags: