ଘାଟିରୁ ପିକ-ଅପ ଖସି ୨ ମୃତ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ଅଘଟଣ । ଭାରସାମ୍ୟ ହରାଇ ଘାଟିରୁ ୨୦ ଫୁଟ ତଳକୁ ଖସିଲା ପିକ-ଅପ ଗାଡ଼ି । ଏହି ଦୁର୍ଘଟଣାରେ ୨ ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏଥିସହ ୭ ଜଣ ଗୁରୁତର ଅଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଏବଂ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଉସ୍ତାଲି ଘାଟିରେ ଭାରସାମ୍ୟ ହରାଇ ଗାଡିଟି ତଳକୁ ଖସି ପଡିଥିଲା I […]
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ଅଘଟଣ । ଭାରସାମ୍ୟ ହରାଇ ଘାଟିରୁ ୨୦ ଫୁଟ ତଳକୁ ଖସିଲା ପିକ-ଅପ ଗାଡ଼ି । ଏହି ଦୁର୍ଘଟଣାରେ ୨ ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏଥିସହ ୭ ଜଣ ଗୁରୁତର ଅଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଏବଂ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଉସ୍ତାଲି ଘାଟିରେ ଭାରସାମ୍ୟ ହରାଇ ଗାଡିଟି ତଳକୁ ଖସି ପଡିଥିଲା I
ସୂଚନାନୁସାରେ,ହେମଗିରି ଚନ୍ଦନ ନଗରରୁ ବାଲାଜୀ କମ୍ପାନୀର ୯ ଜଣ ମହିଳା ଓ ପୁରୁଷ ଶ୍ରମିକ ଡୁଡୁକା ସ୍ଥିତ ବାଲାଜୀ କମ୍ପାନୀର ସାଇଡ କାମ କରିବାକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା I




