ପୋଲ ତଳକୁ କାର ଖସି ୨ ମୃତ
ନୟାଗଡ଼: ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଖସିଲା କାର । ଦୁର୍ଘଟଣାରେ ଅବସରପ୍ରାପ୍ତ CRPF ଯବାନଙ୍କ ସହ ଅନ୍ୟଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖଣ୍ଡପଡା ବ୍ଲକ ଅଧୀନ ଖଳିସାହି -କୋଷ୍କା ରାସ୍ତାର ପଞ୍ଚବଟି ଗୋଶାଳା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଶୁକ୍ରବାର ବିଳମ୍ୱିତ ରାତିରେ ଆଠଗଡ଼-ମୁଣ୍ଡଳୀ ରାସ୍ତାର ମେଘା ଜଙ୍ଗଲ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ୨ ମୃତକ […]
ନୟାଗଡ଼: ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଖସିଲା କାର । ଦୁର୍ଘଟଣାରେ ଅବସରପ୍ରାପ୍ତ CRPF ଯବାନଙ୍କ ସହ ଅନ୍ୟଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖଣ୍ଡପଡା ବ୍ଲକ ଅଧୀନ ଖଳିସାହି -କୋଷ୍କା ରାସ୍ତାର ପଞ୍ଚବଟି ଗୋଶାଳା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।
ଶୁକ୍ରବାର ବିଳମ୍ୱିତ ରାତିରେ ଆଠଗଡ଼-ମୁଣ୍ଡଳୀ ରାସ୍ତାର ମେଘା ଜଙ୍ଗଲ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ୨ ମୃତକ ହେଲେ ବୋଲଗଡ଼ ଥାନା ଅଧୀନ ଘୋରାଡ଼ିଆ ଗାଁର ଅବସରପ୍ରାପ୍ତ CRPF ଯବାନ ପଦ୍ମଚରଣ ବେହେରା ଏବଂ ତାଙ୍କ ସମ୍ପର୍କୀୟ ମଞ୍ଜୁଲତା ମହାରଣା । ଗୁରୁତର ଅବସ୍ଥାରେ ମିଲିନା ମହାରଣାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ଵୁଲାନ୍ସ ଯୋଗେ ଖଣ୍ଡାପଡା ଗୋଷ୍ଠୀ ସ୍ଵାସ୍ଥ୍ୟରେ ଭର୍ତ୍ତି କରିଛନ୍ତି । ଘଟଣା ସ୍ଥଳରେ ଖଣ୍ଡପଡା ପୋଲିସ ପହଞ୍ଚି ତଦନ୍ତ ଜାରି ।




