ଟ୍ରକ ପଛକୁ କାର ପିଟି ହୋଇ ୨ ମୃତ

ଭୁବନେଶ୍ୱର : ଶୂନ ମୃତ୍ୟୁ ସପ୍ତାହ ଆରମ୍ଭ ହେଉ ହେଉ ବଢି ଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ I ରାଜଧାନୀ ଭୁବନେଶ୍ୱରରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା I ଛିଡା ହୋଇଥିବା ଟ୍ରକ ପଛରେ କାର ପିଟି ହୋଇ ଦୁଇ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଗତକାଲି ରାତି ପ୍ରାୟ ୨ଟା ୨୫ରେ ଏହି ଦୁର୍ଘଟଣା ଘଟିଛି । ଏକ ମାରୁତି ଡ଼ିଜାୟର କାରରେ କଟକରୁ ୫ ଜଣ ଭୁବନେଶ୍ୱର ପଟକୁ ଆସୁଥିବାବେଳେ ପାହାଳ ନିକଟ […]

Samaya Live Picture
Published On

ଭୁବନେଶ୍ୱର : ଶୂନ ମୃତ୍ୟୁ ସପ୍ତାହ ଆରମ୍ଭ ହେଉ ହେଉ ବଢି ଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ I ରାଜଧାନୀ ଭୁବନେଶ୍ୱରରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା I ଛିଡା ହୋଇଥିବା ଟ୍ରକ ପଛରେ କାର ପିଟି ହୋଇ ଦୁଇ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଗତକାଲି ରାତି ପ୍ରାୟ ୨ଟା ୨୫ରେ ଏହି ଦୁର୍ଘଟଣା ଘଟିଛି । ଏକ ମାରୁତି ଡ଼ିଜାୟର କାରରେ କଟକରୁ ୫ ଜଣ ଭୁବନେଶ୍ୱର ପଟକୁ ଆସୁଥିବାବେଳେ ପାହାଳ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଂଚି କାରରେ ଥିବା ତିନି ଜଣଙ୍କୁ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ । ସେମାନଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ହସ୍ପିଟାଲରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟ ଜଣେ ଗୁରୁତରଙ୍କ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

Tags: