ନରେନ୍ଦ୍ର ପୁଷ୍କରିଣୀରେ ବୁଡି ୨ ମୃତ
ପୁରୀ : ନରେନ୍ଦ୍ର ପୁଷ୍କରିଣୀରେ ଅଘଟଣ । ଶ୍ରାଦ୍ଧ ଦେବାକୁ ଆସି ବୁଡ଼ିଗଲେ ୨ ସମ୍ପର୍କୀୟ ଭାଇ । ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ପୁଷ୍କରିଣୀରେ ବୁଡ଼ି ଯାଇଥିଲେ ୨ ଜଣ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ପୁଷ୍କରିଣୀରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଦୁହେଁ ହେଲେ ଗଞ୍ଜାମ କୁକୁଡ଼ାଖଣ୍ଡିର ରାଜ କିଶୋର ଶତପଥୀ(୨୩) ଏବଂ ଇଚ୍ଛାପୁରମର ନଳିନୀକାନ୍ତ ତ୍ରିପାଠୀ(୨୭) । ଦୁହିଁଙ୍କ ଶବ ଉଦ୍ଧାର […]
ପୁରୀ : ନରେନ୍ଦ୍ର ପୁଷ୍କରିଣୀରେ ଅଘଟଣ । ଶ୍ରାଦ୍ଧ ଦେବାକୁ ଆସି ବୁଡ଼ିଗଲେ ୨ ସମ୍ପର୍କୀୟ ଭାଇ । ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସି ଯିବାରୁ ପୁଷ୍କରିଣୀରେ ବୁଡ଼ି ଯାଇଥିଲେ ୨ ଜଣ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ପୁଷ୍କରିଣୀରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଦୁହେଁ ହେଲେ ଗଞ୍ଜାମ କୁକୁଡ଼ାଖଣ୍ଡିର ରାଜ କିଶୋର ଶତପଥୀ(୨୩) ଏବଂ ଇଚ୍ଛାପୁରମର ନଳିନୀକାନ୍ତ ତ୍ରିପାଠୀ(୨୭) । ଦୁହିଁଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡ଼ିକାଲକୁ ପଠାଇଛି କୁମ୍ଭାରପଡ଼ା ଥାନା ପୋଲିସ ।




