ପୋଲ ଉପରୁ ବାଇକ ଖସି ୨ ମୃତ
ମୋହନା : ଭାରସାମ୍ୟ ହରାଇ ପୋଲ ତଳକୁ ବାଇକ୍ ଖସି ୨ ମୃତ । ମଙ୍ଗଳବାର ମଧ୍ୟାହ୍ନରେ ଗଜପତି ଜିଲ୍ଲା ଆର. ଉଦୟଗିରିର ଡୁମ୍ବା ପାର୍କ ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତକ ଦ୍ୱୟ ହେଉଛନ୍ତି ଛେଳିଗଡ଼ ଖ୍ରୀଷ୍ଟିଆନ ସାହିର ମଣ୍ଟୁ ପାଲ୍ ଓ ଟୁକୁନା ସିଂ। ଆଜି ମଣ୍ଟୁ ଓ ଟୁକୁନା ଆଜି ବାଇକ୍ ଯୋଗେ ଛେଳିଗଡ଼ରୁ ଆର.ଉଦୟଗିରି ଅଭିମୁଖେ ଯାଉଥିଲେ। ଏହି ସମୟରେ ଡୁମ୍ବା ବିଦ୍ୟୁତ ସବ ଷ୍ଟେସନ ନିକଟରେ ବୁଲାଣି ରାସ୍ତାରେ ବାଇକ୍ଟି […]
ମୋହନା : ଭାରସାମ୍ୟ ହରାଇ ପୋଲ ତଳକୁ ବାଇକ୍ ଖସି ୨ ମୃତ । ମଙ୍ଗଳବାର ମଧ୍ୟାହ୍ନରେ ଗଜପତି ଜିଲ୍ଲା ଆର. ଉଦୟଗିରିର ଡୁମ୍ବା ପାର୍କ ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତକ ଦ୍ୱୟ ହେଉଛନ୍ତି ଛେଳିଗଡ଼ ଖ୍ରୀଷ୍ଟିଆନ ସାହିର ମଣ୍ଟୁ ପାଲ୍ ଓ ଟୁକୁନା ସିଂ।
ଆଜି ମଣ୍ଟୁ ଓ ଟୁକୁନା ଆଜି ବାଇକ୍ ଯୋଗେ ଛେଳିଗଡ଼ରୁ ଆର.ଉଦୟଗିରି ଅଭିମୁଖେ ଯାଉଥିଲେ। ଏହି ସମୟରେ ଡୁମ୍ବା ବିଦ୍ୟୁତ ସବ ଷ୍ଟେସନ ନିକଟରେ ବୁଲାଣି ରାସ୍ତାରେ ବାଇକ୍ଟି ଭାରସାମ୍ୟ ହରାଇ ଏକ ପୋଲରେ ପିଟି ହୋଇ ପ୍ରାୟ ୨୦ ଫୁଟ ତଳକୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି।




