ପାଟୁଆ ଶୋଭାଯାତ୍ରାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ମୃତ,୮ ଗୁରୁତର

ଭଦ୍ରକ : ପାଟୁଆ ଶୋଭାଯାତ୍ରାବେଳେ ଅଘଟଣ । ଡିଜେ ଗାଡିରେ ୧୧ କେଭି ବିଦ୍ୟୁତ ତାର ଲାଗି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଜଣ ଗୁରୁତର ହୋଇଛନ୍ତି। ଭଦ୍ରକ ଜିଲ୍ଲା ତିହିଡି ଥାନା ହାଟୁଆରୀ ଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତକ ଦୁଇଜଣ ହେଲେ ହାଟୁଆରି ଗ୍ରାମର ମାନସ ମଲ୍ଲିକ ଏବଂ ଆରସା ଗ୍ରାମର କାହ୍ନୁଆ ମହାଳିକ । ଆହତ ମାନଙ୍କୁ ଭଦ୍ରକ ଓ ତିହିଡ଼ି ମେଡିକାଲରେ ଭର୍ତ୍ତି କରାଯାଇଛି। ୨ ଜଣଙ୍କ ଅବସ୍ଥା […]

ପାଟୁଆ ଶୋଭାଯାତ୍ରାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ମୃତ,୮ ଗୁରୁତର
Samaya Live Picture
Published On

ଭଦ୍ରକ : ପାଟୁଆ ଶୋଭାଯାତ୍ରାବେଳେ ଅଘଟଣ । ଡିଜେ ଗାଡିରେ ୧୧ କେଭି ବିଦ୍ୟୁତ ତାର ଲାଗି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଜଣ ଗୁରୁତର ହୋଇଛନ୍ତି। ଭଦ୍ରକ ଜିଲ୍ଲା ତିହିଡି ଥାନା ହାଟୁଆରୀ ଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତକ ଦୁଇଜଣ ହେଲେ ହାଟୁଆରି ଗ୍ରାମର ମାନସ ମଲ୍ଲିକ ଏବଂ ଆରସା ଗ୍ରାମର କାହ୍ନୁଆ ମହାଳିକ । ଆହତ ମାନଙ୍କୁ ଭଦ୍ରକ ଓ ତିହିଡ଼ି ମେଡିକାଲରେ ଭର୍ତ୍ତି କରାଯାଇଛି। ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନାନୁସାରେ,ନୂଆନନ୍ଦରେ କଣ୍ଟିମଙ୍ଗଳା ପାଟୁଆ ଶୋଭାଯାତ୍ରା ଚାଲିଥିବା ବେଳେ ତୋରଣପଡ଼ା ଛକରେ କେତେକ ଯୁବକ ଡିଜେ ଗାଡି ଉପରକୁ ଚଢି ପତାକା ଉଡାଉଥିବା ବେଳେବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଏହି ସମୟରେ ଡିଜେ ଗାଡିରେ ନିଆଁ ଲାଗି ଯାଇଥିଲା। ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ୮ ଜଣ ଗୁରୁତର ହୋଇଛନ୍ତି । ଯାହାକୁ ନେଇ ଭଦ୍ରକ ତିହିଡି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ମେଡିକାଲରେ ପହଞ୍ଚି ଗୁରୁତରଙ୍କୁ ଭେଟିଛନ୍ତି। କେଉଁ ପରିସ୍ଥିତିରେ ଏତେ ବଡ଼ ଅଘଟଣ ଘଟିଲା ତାହାର ତଦନ୍ତ କରାଯିବ ବୋଲି ଭଦ୍ରକ ଏସ୍ ପି କହିଛନ୍ତି।

Tags: