ଦନ୍ତା ଆଘାତରେ କାନ୍ଥ ପଡି ୨ ମୃତ,୩ ଗୁରୁତର
ସୁନ୍ଦରଗଡ଼ : ଦନ୍ତା ଆକ୍ରମଣରେ ଭାଙ୍ଗିଗଲା ଘରର କାନ୍ଥ । ଶୋଇଥିବା ବେଳେ ଘର କାନ୍ଥ ତଳେ ଚାପି ହୋଇ ଜଣେ ଗର୍ଭବତୀଙ୍କ ସହ ରଙ୍କର ୮ ବର୍ଷ ପୁଅର ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୩ ଶିଶୁ କନ୍ୟା ଗୁରୁତର ହୋଇଛନ୍ତି । ଗୁରୁତର ତିନି ଶିଶୁକନ୍ୟାଙ୍କୁ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି। ମୃତକ ହେଉଛନ୍ତି ମାଆ ସୁକାନ୍ତି ଭତ୍ତା ଓ ଆଠ ବର୍ଷୀୟ ପୁଅ ସୁଖନାଥ ଭତ୍ତା । ମୃତ ମାଆ ଚାରି […]
ସୁନ୍ଦରଗଡ଼ : ଦନ୍ତା ଆକ୍ରମଣରେ ଭାଙ୍ଗିଗଲା ଘରର କାନ୍ଥ । ଶୋଇଥିବା ବେଳେ ଘର କାନ୍ଥ ତଳେ ଚାପି ହୋଇ ଜଣେ ଗର୍ଭବତୀଙ୍କ ସହ ରଙ୍କର ୮ ବର୍ଷ ପୁଅର ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୩ ଶିଶୁ କନ୍ୟା ଗୁରୁତର ହୋଇଛନ୍ତି । ଗୁରୁତର ତିନି ଶିଶୁକନ୍ୟାଙ୍କୁ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି। ମୃତକ ହେଉଛନ୍ତି ମାଆ ସୁକାନ୍ତି ଭତ୍ତା ଓ ଆଠ ବର୍ଷୀୟ ପୁଅ ସୁଖନାଥ ଭତ୍ତା । ମୃତ ମାଆ ଚାରି ମାସର ଗର୍ଭବତୀ ଥିବା ଜଣାପଡିଛି । ଏହି ଅଘଟଣ ଘଟିଛି ସୁନ୍ଦରଗଡ ଜିଲ୍ଲା ବରସୁଆଁ ରେଞ୍ଜ ବାଲିଝୁଡ଼ି ଗାଁରେ ।
ସୂଚନାନୁସାରେ,ଗତକାଲି ରାତିରେ ସୁକାନ୍ତି ଭତ୍ତା ତାଙ୍କର ୪ ଜଣ ପିଲାଙ୍କୁ ନେଇ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ଏକ ଦନ୍ତା ଆସି ଘରେ ପଶିବାକୁ ଉଦ୍ୟମ କରିଥିଲା । ଫଳରେ ମାଆ ସହ ୪ ପିଲାଙ୍କ ଉପରେ କାନ୍ଥ ଭୁଷୁଡି ପଡ଼ିଥିଲା । ଘଟଣାସ୍ଥଳରେ ମା’ ସୁକାନ୍ତି ଓ ତାଙ୍କ ପୁଅ ସୁଖନାଥଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଶିଶୁକନ୍ୟା ଗୁରୁତର ହୋଇଥିଲେ । ଗୁରୁତର ହୋଇପଡିଥିବା ଶିଶୁକନ୍ୟାଙ୍କୁ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ସାତ ଦିନ ପୂର୍ବରୁ ବାପା ଦାଦନ ଖଟିବା ପାଇଁ ବାଙ୍ଗାଲୋର ଯାଇଥିଲେ । ଏନେଇ ବରସୁଆଁ ବନାଞ୍ଚଳ ଅଧିକାରୀ ଧରଣୀଧର ସାହୁ କହିଛନ୍ତି ହାତୀଟି ଟ୍ରାକିଂ ରେ ରହିଥିବା ଓ ପ୍ରବଳ ବର୍ଷା ଯୋଗୁଁ ଟ୍ରାକିଂରେ ଅସୁବିଧା ଯୋଗୁଁ ଏଭଳି ଘଟଣା ଘଟିଛି। ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛିl




