ଘାଟିରେ ବସ ଓଲଟି ୨ ମୃତ,୨୦ ଆହତ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା କାନକଟା ଘାଟିରେ ଓଲଟି ପଡିଲା ଯାତ୍ରୀବାହୀ ବସ I ରଘୁନାଥ ନାମକ ଏକ ଘରୋଇ ବସ ଗଜପତି ଜିଲା ରାୟଗଡ଼ରୁ ପାତ୍ରପୁର ଆସୁଥିଲା। ଘାଟି ରାସ୍ତାରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା I ଦୁର୍ଘଟଣା ଫଳରେ ବସରେ ଥିବା ୨ ଜଣ ମହିଳା ଯାତ୍ରୀଙ୍କର ମୃତ୍ୟୁ ଘଟିବା ସହିତ ୨୦ ଜଣ ଆହତ ହୋଇଛନ୍ତି I ମୃତକ ଗଜପତି ଜିଲ୍ଲା ମୋହନା ଅଞ୍ଚଳର ଶିକୁଳିପଦରର […]
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା କାନକଟା ଘାଟିରେ ଓଲଟି ପଡିଲା ଯାତ୍ରୀବାହୀ ବସ I ରଘୁନାଥ ନାମକ ଏକ ଘରୋଇ ବସ ଗଜପତି ଜିଲା ରାୟଗଡ଼ରୁ ପାତ୍ରପୁର ଆସୁଥିଲା। ଘାଟି ରାସ୍ତାରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା I ଦୁର୍ଘଟଣା ଫଳରେ ବସରେ ଥିବା ୨ ଜଣ ମହିଳା ଯାତ୍ରୀଙ୍କର ମୃତ୍ୟୁ ଘଟିବା ସହିତ ୨୦ ଜଣ ଆହତ ହୋଇଛନ୍ତି I ମୃତକ ଗଜପତି ଜିଲ୍ଲା ମୋହନା ଅଞ୍ଚଳର ଶିକୁଳିପଦରର ସରସ୍ବତୀ ଶବର (୧୬) ଆଉ ଜଣେ ମୃତକ ଗଞ୍ଜାମ ଅରଖାପଦା ଗାଁର ସୁମତି ରଇତ (୨୮) । ଘଟଣା ସ୍ଥଳରୁ ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ପାତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ପରେ ପୁଲିସ ପ୍ରଶାସନ ଓ ଦମକଳ ବାହିନୀ ସହିତ ସ୍ଥାନୀୟ ବାସିନ୍ଦା ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।




