ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ୨ ମୃତ,୧୩ ଆହତ

ଯାଜପୁର : ଯାଜପୁର ବଡ଼ଚଣା ଥାନା ଗୋଳେଇ ଛକ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣା I ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିବା ସହିତ ୧୩ ଜଣ ଆହତ ହୋଇଥିବା ବେଳେ ୭ ଜଣ ଗୁରୁତର ଥିବା ସୂଚନା ମିଳୁଛି I ଏକ ସିମେଣ୍ଟ ବୋଝେଇ ଟ୍ରକକୁ ଧକ୍କା ଦେବା ଫଳରେ ବସର କଣ୍ତକ୍ଟର ଓ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା । ଆହତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ମାନଙ୍କୁ କଟକ ବଡ […]

Samaya Live Picture
Published On

ଯାଜପୁର : ଯାଜପୁର ବଡ଼ଚଣା ଥାନା ଗୋଳେଇ ଛକ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣା I ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିବା ସହିତ ୧୩ ଜଣ ଆହତ ହୋଇଥିବା ବେଳେ ୭ ଜଣ ଗୁରୁତର ଥିବା ସୂଚନା ମିଳୁଛି I ଏକ ସିମେଣ୍ଟ ବୋଝେଇ ଟ୍ରକକୁ ଧକ୍କା ଦେବା ଫଳରେ ବସର କଣ୍ତକ୍ଟର ଓ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା । ଆହତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ମାନଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ବସରେ ୬୦ରୁ ଉଦ୍ଧ୍ୱର୍ ଯାତ୍ରୀ ଥିଲେ । ଘଟଣା ସ୍ଥଳରେ ବଡ଼ଚଣା ପୋଲିସ ପହଞ୍ଚିି ତଦନ୍ତ ଆରମ୍ଭ କରିଛି ।

ସୂଚନାନୁସାରେ,ବସଟି ପର୍ଯ୍ୟଟକଙ୍କୁ ଧରି କୋଲକାତାରୁ ପୁରୀ ଆସୁଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦମକଳବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପୋଲିସ ପ୍ରଥମେ ୧୩ ଜଣ ଯାତ୍ରୀଙ୍କୁ ନେଇ ବଡ଼ଚଣା ମେଡିକାଲ ଆଣିଥିଲା । ସେଠାରେ ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତରଣ କରାଯାଇଛି । ଅନ୍ୟମାନଙ୍କୁ ପୋଲିସ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦେଇଛି ।

Tags: