ବ୍ରିଜ ଉପରୁ ବୋଲେରୋ ଖସି ୨ ମୃତ,୧୦ ଗୁରୁତର

ସମ୍ବଲପୁର : ସମ୍ବଲପୁର ଯୁଜୁମୁରା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା I ନିର୍ମାଣାଧୀନ ପୋଲ ଉପରୁ ତୀର୍ଥଯାତ୍ରୀ ବଲେରୋ ଖସି ୨ ଜଣଙ୍କ ମୃତ୍ୟୁ ହେବI ସହିତ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି I ଝାଙ୍କରପାଲି ନିକଟସ୍ଥ ୫୫ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ସୂଚନାନୁସାରେ,ସମ୍ବଲପୁର-କଟକ ଜାତୀୟ ରାଜପଥ ଯୁଯୁମୁରାରେ ବିଭିନ୍ନ ସ୍ଥାନରେ ହାତୀ କରିଡର ଅଣ୍ଡରପାସ ନିର୍ମାଣ କାମ ଚାଲିଛି I କାମ ସରିନଥିବାବେଳେ ଗତକାଲି ବିଳମ୍ବିତ ରାତିରେ ଝାଙ୍କରପାଲି ନିକଟସ୍ଥ […]

Samaya Live Picture
Published On

ସମ୍ବଲପୁର : ସମ୍ବଲପୁର ଯୁଜୁମୁରା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା I ନିର୍ମାଣାଧୀନ ପୋଲ ଉପରୁ ତୀର୍ଥଯାତ୍ରୀ ବଲେରୋ ଖସି ୨ ଜଣଙ୍କ ମୃତ୍ୟୁ ହେବI ସହିତ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି I ଝାଙ୍କରପାଲି ନିକଟସ୍ଥ ୫୫ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି।

ସୂଚନାନୁସାରେ,ସମ୍ବଲପୁର-କଟକ ଜାତୀୟ ରାଜପଥ ଯୁଯୁମୁରାରେ ବିଭିନ୍ନ ସ୍ଥାନରେ ହାତୀ କରିଡର ଅଣ୍ଡରପାସ ନିର୍ମାଣ କାମ ଚାଲିଛି I କାମ ସରିନଥିବାବେଳେ ଗତକାଲି ବିଳମ୍ବିତ ରାତିରେ ଝାଙ୍କରପାଲି ନିକଟସ୍ଥ ଏକ ଅଧ୍ୟନିର୍ମିତ ଫ୍ଲାଏଓଭର ଉପକୁ ଛତିଶଗଡ଼ରୁ ପୁରୀ ଯାଉଥିବା ଏକ ତୀର୍ଥଯାତ୍ରୀ ବୋଲେରୋ ଭୁଲରେ ଚଢ଼ିଯାଇଥିଲା I ଫଳରେ ଗାଡିଟି ସିଧା ପୋଲ ତଳକୁ ଖସିପଡିଥିଲା I ଘଟଣା ସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଛି।

Tags: