ବାଇକ ଦୁର୍ଘଟଣାରେ ୨ ମୃତ,୧ ଆହତ
କୋଇଡା: ବାହୁଡା ଯାତ୍ରା ଦେଖି ଫେରୁଥିବାବେଳେ ସଡକ ଦୁର୍ଘଟଣାରେ ୨ ମୃତ I କୋଇଡା ଥାନା ଅନ୍ତର୍ଗତ ସେଗାସାହି ଗାଁ ଛକ ଠାରେ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତକ ମାନେ ହେଲେ କମଳଙ୍ଗ ଗ୍ରାମର ଅଜିତ ମୁଣ୍ଡା ଓ ଜଗଦୀଶ ଦେହୁରୀ I ସେହିପରି ଗୁରୁତର ଆହତ ଜଣକ ହେଲେ ବିକ୍ରମ ମୁଣ୍ଡା I ଏମାନେ ସମସ୍ତେ କୋଇଡ଼ାରୁ ବାହୁଡ଼ାଯାତ୍ରା ଦେଖି ଫେରୁଥିଲେ […]
କୋଇଡା: ବାହୁଡା ଯାତ୍ରା ଦେଖି ଫେରୁଥିବାବେଳେ ସଡକ ଦୁର୍ଘଟଣାରେ ୨ ମୃତ I କୋଇଡା ଥାନା ଅନ୍ତର୍ଗତ ସେଗାସାହି ଗାଁ ଛକ ଠାରେ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତକ ମାନେ ହେଲେ କମଳଙ୍ଗ ଗ୍ରାମର ଅଜିତ ମୁଣ୍ଡା ଓ ଜଗଦୀଶ ଦେହୁରୀ I ସେହିପରି ଗୁରୁତର ଆହତ ଜଣକ ହେଲେ ବିକ୍ରମ ମୁଣ୍ଡା I ଏମାନେ ସମସ୍ତେ କୋଇଡ଼ାରୁ ବାହୁଡ଼ାଯାତ୍ରା ଦେଖି ଫେରୁଥିଲେ I
ସୂଚନାରୁ ପ୍ରକାଶ ଯେ ଏକ ବାଇକରେ ୩ ସାଙ୍ଗ ଅଜିତ,ଜଗଦୀଶ ଓ ବିକ୍ରମ କୋଇଡ଼ାକୁ ବାହୁଡା ଯାତ୍ରା ଦେଖିବାକୁ ଯାଇଥିଲେ I ସେଠାରୁ ରାତି ୯ ବିତ ବେଳେ ଫେରୁଥିବା ସମୟରେ ଘର ଠାରୁ ମାତ୍ର ୨ କି.ମି ପୂର୍ବରୁ ସେଗାସାହି ଗାଁ ଛକ ଠାରେ କୌଣସି ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ କଲମଙ୍ଗ ଗ୍ରାମର ଜଗଦୀଶ ଦେହୁରୀ, ଅଜିତ ମୁଣ୍ଡାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ବିକ୍ରମ ମୁଣ୍ଡା ଗୁରୁତର ଭାବେ ଆହତ ହୋଇଥିଲେ। ଆହତ ବିକ୍ରମକୁ କୋଇଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି। ଖବର ପାଇ କୋଇଡା ପୁଲିସ ଘଟଣା ସ୍ଥଳରେ ପହଁଚି ଘଟଣାର ତଦନ୍ତ ଚଳାଇଛନ୍ତି।




