ଆଜିଠାରୁ +୨ ଖାତାଦେଖା

ଭୁବନେଶ୍ୱର : ଆଜି ଠାରୁ +୨ (ପ୍ଲସ ଟୁ) ଖାତା ଦେଖା। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ମୂଲ୍ୟାୟନରେ ୧୬ ହଜାର ଅଧ୍ୟାପକ ଅଧ୍ୟାପିକା ସାମିଲ ହେବେ। ଖରାକୁ ଦୃଷ୍ଟିରେ ରଖି ଦୁଇଟି ସିଫ୍ଟରେ ଖାତା ଦେଖା ହେବ । ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏପ୍ରିଲ ୨ରୁ ୧୪ ଯାଏଁ ପ୍ରଥମ ପର୍ଯ୍ୟାୟ ଖାତାଦେଖା ହେବ। ଏପ୍ରିଲ ୧୬ରୁ ୨୮ ଯାଏଁ ଦ୍ବିତୀୟ ପର୍ଯ୍ୟାୟ ଖାତାଦେଖା […]

ଆଜିଠାରୁ +୨ ଖାତାଦେଖା
Samaya Live Picture
Published On

ଭୁବନେଶ୍ୱର : ଆଜି ଠାରୁ +୨ (ପ୍ଲସ ଟୁ) ଖାତା ଦେଖା। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ମୂଲ୍ୟାୟନରେ ୧୬ ହଜାର ଅଧ୍ୟାପକ ଅଧ୍ୟାପିକା ସାମିଲ ହେବେ। ଖରାକୁ ଦୃଷ୍ଟିରେ ରଖି ଦୁଇଟି ସିଫ୍ଟରେ ଖାତା ଦେଖା ହେବ । ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏପ୍ରିଲ ୨ରୁ ୧୪ ଯାଏଁ ପ୍ରଥମ ପର୍ଯ୍ୟାୟ ଖାତାଦେଖା ହେବ। ଏପ୍ରିଲ ୧୬ରୁ ୨୮ ଯାଏଁ ଦ୍ବିତୀୟ ପର୍ଯ୍ୟାୟ ଖାତାଦେଖା ହେବ। ଖତାଦେଖା ପାଇଁ ୭୮ଟି ଅଫଲାଇନ୍, ୭୦ଟି ଅନଲାଇନ୍ କେନ୍ଦ୍ର ହୋଇଛି। ଏବର୍ଷ ୨୪ ଲକ୍ଷ ଖାତା ମୂଲ୍ୟାୟନ ହେବ। ଯେଉଁଥିରେ ଅଫ୍ ଲାଇନ୍ ରେ ୧୫ ଲକ୍ଷ ଓ ଅନ୍ ଲାଇନ୍ ରେ ୯ ଲକ୍ଷ ଉତ୍ତର ଖାତା ରହିଛି। ତ୍ରୁଟିଶୂନ୍ୟ ମୂଲ୍ୟାଙ୍କନ ପାଇଁ କାଉନସିଲ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି।

ପ୍ରଥମ ସିଫ୍ଟ ସକାଳ ସାଢେ ୭ଟାରୁ ୧୨ଟା ୩୦ ଏବଂ ଦ୍ୱିତୀୟ ସିଫ୍ଟ ଗୋଟାଏ ୩୦ରୁ ସାଢେ ୬ଟା ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ଦିନ ୫୦ ମାର୍କର ୨୦ଟି ଏବଂ ୮୦ ମାର୍କର ୩୦ଟି ଖାତା ଦେଖାଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥର ପ୍ରଥମଥର ଏକା ସହ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ସହ କରେସପଣ୍ଡିଂ ପରୀକ୍ଷାଫଳ ଆସନ୍ତା ମେ’ ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ।

Tags: