ଆଜିଠୁ +୨ ଖାତା‌ଦେଖା : ଉଭୟ ଅନ୍‌‌ଲାଇନ ଓ ଅଫ୍‌‌ଲାଇନ୍‌ରେ ହେବ ମୂଲ୍ୟାୟନ

ଭୁବନେଶ୍ୱର : ଆଜିଠାରୁ +୨ ଖାତା ମୂଲ୍ୟାୟନ I ପୂର୍ବ ବର୍ଷ ପରି ୨ଟି ପର୍ଯ୍ୟାୟରେ ଖାତା ମୂଲ୍ୟାୟନ କରାଯିବ I ଉଭୟ ଅନ୍‌‌ଲାଇନ ଓ ଅଫ୍‌‌ଲାଇନରେ ଖାତାଦେଖା ହେବ। ପ୍ରଥମ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇ ଏପ୍ରିଲ ୨ ଯାଏଁ ଚାଲିବ I ସେହିପରି ୨ୟ ପର୍ଯ୍ୟାୟର ଖାତା ମୂଲ୍ୟାୟନ ଏପ୍ରିଲ ୪ ରୁ ଆରମ୍ଭ ହୋଇ ଏପ୍ରିଲ ୧୫ ଯାଏଁ ଚାଲିବ I କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଖାତା […]

Samaya Live Picture
Published On

ଭୁବନେଶ୍ୱର : ଆଜିଠାରୁ +୨ ଖାତା ମୂଲ୍ୟାୟନ I ପୂର୍ବ ବର୍ଷ ପରି ୨ଟି ପର୍ଯ୍ୟାୟରେ ଖାତା ମୂଲ୍ୟାୟନ କରାଯିବ I ଉଭୟ ଅନ୍‌‌ଲାଇନ ଓ ଅଫ୍‌‌ଲାଇନରେ ଖାତାଦେଖା ହେବ। ପ୍ରଥମ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇ ଏପ୍ରିଲ ୨ ଯାଏଁ ଚାଲିବ I ସେହିପରି ୨ୟ ପର୍ଯ୍ୟାୟର ଖାତା ମୂଲ୍ୟାୟନ ଏପ୍ରିଲ ୪ ରୁ ଆରମ୍ଭ ହୋଇ ଏପ୍ରିଲ ୧୫ ଯାଏଁ ଚାଲିବ I

କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଖାତା ଅନ୍‌‌ଲାଇନରେ ଓ ଧନ୍ଦାମୂଳକ ଶିକ୍ଷାର ମୂଲ୍ୟାୟନ ଅଫ୍‌‌ଲାଇନରେ ହେବ। ସମୁଦାୟ ୬୯ଟି ଜୋନ୍‌‌ରେ ଅଫ୍‌‌ଲାଇନ ମୂଲ୍ୟାୟନ ଓ ୪୧ଟି ଜୋନ୍‌‌ରେ ଅନ୍‌‌ଲାଇନ୍‌‌ ମୂଲ୍ୟାୟନ କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

ଅନୁରୂପ ଭାବେ ଏପ୍ରିଲ ୪ରୁ ୧୫ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା ହେବ। ଏଥିପାଇଁ ପ୍ରାୟ ୪ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହେବେ। ନିର୍ଦ୍ଧାରିତ ସମୟ ସୁଦ୍ଧା ମୂଲ୍ୟାୟନ ପ୍ରକ୍ରିୟା ସାରି ମେ’ ୧୫ତାରିଖ ମଧ୍ୟରେ ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି। ଚଳିତ ବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୋଲି ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ ପ୍ରକାଶ କରିଛନ୍ତି।

Tags: