ଟ୍ରକ ଧକ୍କାରେ ୨ କଲେଜ ଛାତ୍ରୀ ମୃତ ୧ ଗୁରୁତର

ବରଗଡ଼ : କଲେଜ ସାରି ଫେରୁଥିବା ବେଳେ ୩ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ I ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି I ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବରଗଡ଼ ଜ଼ିଲ୍ଲା ଲରମ୍ଭା ସ୍ଥିତ ପୋଡ଼ବାଡ଼ିରେ I ସମସ୍ତ ଛାତ୍ରୀ କାଦୋବାହାଲ କଲେଜର । ମୃତ ଛାତ୍ରୀ ୨ ଜଣ ହେଲେ ଅନୁପମା ମଲ୍ଲିକ ଓ ଜୟଶ୍ରୀ ରଣା । ସୂଚନାନୁସାରେ, ଆଜି ପ୍ରାୟ ଦିନ ୧୨.୪୫ […]

Samaya Live Picture
Published On

ବରଗଡ଼ : କଲେଜ ସାରି ଫେରୁଥିବା ବେଳେ ୩ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ I ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି I ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବରଗଡ଼ ଜ଼ିଲ୍ଲା ଲରମ୍ଭା ସ୍ଥିତ ପୋଡ଼ବାଡ଼ିରେ I ସମସ୍ତ ଛାତ୍ରୀ କାଦୋବାହାଲ କଲେଜର । ମୃତ ଛାତ୍ରୀ ୨ ଜଣ ହେଲେ ଅନୁପମା ମଲ୍ଲିକ ଓ ଜୟଶ୍ରୀ ରଣା ।

ସୂଚନାନୁସାରେ, ଆଜି ପ୍ରାୟ ଦିନ ୧୨.୪୫ ମିନିଟରେ କାଦୋବାହାଲ କଲେଜରୁ କିଛି ଛାତ୍ରୀ କ୍ଲାସ ସାରି ସାଇକେଲ ଯୋଗେ ଘରକୁ ଫେରୁଥିଲେ I ଏହି ସମୟରେ କାଦବାହାଲ ଛକରେ ବୀପରିତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ୩ ଜଣ ଛାତ୍ରୀଙ୍କୁ ଧକ୍କା ଦେଇଥିଲା। ପରେ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଛାତ୍ରୀମାନେ ଟ୍ରକ୍ ତଳେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ଛାତ୍ରୀ ମାନଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲକୁ ପଠେଇଥିଲେ। ତେବେ ବୁର୍ଲା ମେଡିକାଲକୁ ପହଞ୍ଚିବା ମଧ୍ୟରେ ଦୁଇ ଜଣ ଛାତ୍ରୀ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମଧ୍ୟ ଗୁରୁତର ଅଛନ୍ତି l ମୃତ ଛାତ୍ରୀ ମାନେ ହେଲେ ଅନୁପମା ମଲିକ ଓ ଜୟଶ୍ରୀ ରଣା l ଗୁରୁତର ଛାତ୍ରୀ ଜଣକ ହେଲେ ପ୍ରିୟା ମଞ୍ଜରୀ ପଣ୍ଡା l ସମସ୍ତେ ଯୁକ୍ତ ଦୁଇର ଛାତ୍ରୀ ଅଟନ୍ତି l

Tags: