ବାପାଙ୍କ ପରେ ପରେ ଚାଲି ଗଲେ ୨ ପିଲା,ପୋଖରୀରେ ବୁଡି ଭାଇ ଭଉଣୀଙ୍କ ମୃତ୍ୟୁ
ବାରିପଦା : ପୋଖରୀରେ ବୁଡି ଭାଇ ଭଉଣୀଙ୍କ ମୃତ୍ୟୁ I ଗତକାଲି ଗାଧୋଇବାବେଳେ ଭାଇ ଭଉଣୀ ୨ ଜଣ ପୋଖରୀରେ ବୁଡି ଯାଇଥିଲେ I ଆଜି ଅଗ୍ନିଶମ ବାହିନୀ ପହଞ୍ଚି ପୋଖରୀରୁ ଭାଇ ଭଉଣୀଙ୍କ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାରିପଦା ସଦର ପିଆରଏମ ମେଡିକାଲକୁ ପଠାଇଛି Iଏଭଳି ଦୁଖଦଃ ଘଟଣା ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ଗ୍ରାମର ମାଝୀସାହି ଗ୍ରାମରେ I ମୃତକ ଦ୍ୱୟ ହେଲେ ଗ୍ରାମର ସ୍ୱର୍ଗତ ଲବ […]
ବାରିପଦା : ପୋଖରୀରେ ବୁଡି ଭାଇ ଭଉଣୀଙ୍କ ମୃତ୍ୟୁ I ଗତକାଲି ଗାଧୋଇବାବେଳେ ଭାଇ ଭଉଣୀ ୨ ଜଣ ପୋଖରୀରେ ବୁଡି ଯାଇଥିଲେ I ଆଜି ଅଗ୍ନିଶମ ବାହିନୀ ପହଞ୍ଚି ପୋଖରୀରୁ ଭାଇ ଭଉଣୀଙ୍କ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାରିପଦା ସଦର ପିଆରଏମ ମେଡିକାଲକୁ ପଠାଇଛି Iଏଭଳି ଦୁଖଦଃ ଘଟଣା ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ଗ୍ରାମର ମାଝୀସାହି ଗ୍ରାମରେ I ମୃତକ ଦ୍ୱୟ ହେଲେ ଗ୍ରାମର ସ୍ୱର୍ଗତ ଲବ ମାଝୀଙ୍କ ୬ବର୍ଷର ଝିଅ ମାଲ ମାଝୀ ଓ ୨ବର୍ଷର ପୁଅ କାର୍ତ୍ତିକ ମାଝୀ I
ସୂଚନାନୁସାରେ ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ଗାଁର ଲବ ମାଝିଙ୍କର ଗତ ବର୍ଷ ମୃତ୍ୟୁ ଘଟିଥିଲା I ଗତକାଲି ଅପରାହ୍ନରେ ତାଙ୍କର ୨ ପିଲା ଝିଅ ମାଲ ମାଝୀ ଓ ୨ ବର୍ଷର ପୁଅ କାର୍ତିକ ମାଝୀ ଘରେ କିଛି ନଜଣାଇ ନିକଟସ୍ଥ ପୋଖରୀକୁ ଗାଧୋଇବା ପାଇଁ ଚାଲି ଯାଇ ବୁଡି ଯାଇଥିଲେ I ତେବେ ଅନେକ ସମୟ ଧରି ପିଲାମାନଙ୍କୁ ନପାଇବାରୁ ଘର ଲୋକେ ଖୋଜା ଖୋଜି କରି ପୋଖରୀ ହୁଡ଼ାରୁ ଉଭୟଙ୍କ ଲୁଗାପଟା ଦେଖିବାକୁ ପାଇଥିଲେ Iଏହାପରେ ଅଗ୍ନିଶମ ବାହିନୀଙ୍କୁ ଖବର ଦେବାପରେ ଆସି ଅନେକ ଖୋଜା ଖୋଜି କରି ପାଇ ନଥିଲେ I ଆଜି ସକାଳୁ ଅଗ୍ନିଶମବାହିନୀ ପୁଣିଥରେ ଖୋଜାଖୋଜି ଆରମ୍ଭ କରି ପିଲାମାନଙ୍କ ମୃତଦେହ ଉଦ୍ଧାର କରିଥିଲା I ଏହି ଖବର ଜଣାପଡିବା ପରେ ପୋଖରୀ ହୁଡାରେ ଲୋକାରଣ୍ୟ ହୋଇଥିଲାI ସ୍ୱାମୀ ପରେ ପରେ ଦୁଇ ପିଲାଙ୍କୁ ହରାଇ ମା’ର ବୁକୁଫଟା କାନ୍ଦରେ ସାରା ଗାଁରେ ଶୋକର ଛାୟା ଖେଳିଯାଇଛି I




