ପୋଖରୀରେ ବୁଡ଼ି ୨ଶିଶୁ ମୃତ
ମୟୁରଭଞ୍ଜ : ପୋଖରୀରେ ଗାଧୋଇବା ବେଳେ ବୁଡିଯାଇ ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି। ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ କେଶଡିହା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ଶିଶୁ ଦ୍ୱୟ ହେଲେ ସମ୍ବିତ ହନହାଗା ଓ ରାଜେଶ ମହାକୁଡ଼। ସୂଚନା ଅନୁସାରେ ମହୁଲଡିହା ଥାନା ଅନ୍ତର୍ଗତ କେଶଡିହା ଗାଁର ସମ୍ବିତ ହନହାଗା ଏବଂ ରାଜେଶ ମହାକୁଡ ନାମକ ଦୁଇଜଣ ଶିଶୁ ଅଙ୍ଗନବାଡିରୁ ଛୁଟି ହେବା ପରେ ଘର ପାଖରେ ଖେଳୁଥିଲେ । ଏବଂ ପରେ ଦୁଇ […]
ମୟୁରଭଞ୍ଜ : ପୋଖରୀରେ ଗାଧୋଇବା ବେଳେ ବୁଡିଯାଇ ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି। ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ କେଶଡିହା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ଶିଶୁ ଦ୍ୱୟ ହେଲେ ସମ୍ବିତ ହନହାଗା ଓ ରାଜେଶ ମହାକୁଡ଼।
ସୂଚନା ଅନୁସାରେ ମହୁଲଡିହା ଥାନା ଅନ୍ତର୍ଗତ କେଶଡିହା ଗାଁର ସମ୍ବିତ ହନହାଗା ଏବଂ ରାଜେଶ ମହାକୁଡ ନାମକ ଦୁଇଜଣ ଶିଶୁ ଅଙ୍ଗନବାଡିରୁ ଛୁଟି ହେବା ପରେ ଘର ପାଖରେ ଖେଳୁଥିଲେ । ଏବଂ ପରେ ଦୁଇ ଜଣ ଶିଶୁ ଘର ଲୋକଙ୍କ ଅଜାଣତରେ ପୋଖରୀକୁ ଗାଧୋଇବା ପାଇଁ ଯାଇ ପାଣିରେ ବୁଡି ଯାଇଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇଜଣ ଶିଶୁଙ୍କୁ ଉଦ୍ଧାର କରାଯାଇ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଧୋଷଣା କରିଥିଲେ । ତେବେ ଖବର ପାଇ ଘଟଣା ସ୍ଥଳରେ ମହୁଲଡିହା ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି । ଦୁଇ ଶିଶୁଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି।




