ଛତୁଆ ଖାଇ ୨ ଶିଶୁ ମୃତ ,ତଦନ୍ତ ଜାରି

ଗଜପତି : ଅଙ୍ଗନବାଡି ଛତୁଆ ଖାଇ ୨ ଶିଶୁ କନ୍ୟାଙ୍କ ମୃତ୍ୟୁ । ଆଉ ୨ ଜଣ ଶିଶୁ ଅସୁସ୍ଥ ହୋଇପଡ଼ିଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲା ରାମଗିରିରେ ଘଟିଛି ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ୍‌ ରାମଗିରି ଗ୍ରାମ‌ରେ । ରାମଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଏବଂ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ଅନ୍ୟଜଣଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ କନ୍ୟାଦ୍ବୟ ହେଲେ, ତୁଳସୀ ବଡ଼ମୁଣ୍ଡି ଏବଂ ଗୁଣବତୀ ବଡ଼ମୁଣ୍ଡି। […]

Samaya Live Picture
Published On

ଗଜପତି : ଅଙ୍ଗନବାଡି ଛତୁଆ ଖାଇ ୨ ଶିଶୁ କନ୍ୟାଙ୍କ ମୃତ୍ୟୁ । ଆଉ ୨ ଜଣ ଶିଶୁ ଅସୁସ୍ଥ ହୋଇପଡ଼ିଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲା ରାମଗିରିରେ ଘଟିଛି ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ୍‌ ରାମଗିରି ଗ୍ରାମ‌ରେ । ରାମଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଏବଂ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ଅନ୍ୟଜଣଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ କନ୍ୟାଦ୍ବୟ ହେଲେ, ତୁଳସୀ ବଡ଼ମୁଣ୍ଡି ଏବଂ ଗୁଣବତୀ ବଡ଼ମୁଣ୍ଡି। ଏଥିସହ ଶିବଶଙ୍କର ବଡ଼ମୁଣ୍ଡିଙ୍କ ପରିବାରର ଅନ୍ୟ ତିନିଜଣ ଅସୁସ୍ଥ ଅଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣ ଅବସ୍ଥା ଗୁରୁତର ରହିଛି। ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଚିକିତ୍ସା କରାଯାଉଛି।

ସୁଚନାନୁସାରେ,ଗତ ଗୁରୁବାର ଦିନ ରାମଗିରି ଗ୍ରାମର ତୁଳସୀ ନଗରରେ ରହୁଥିବା ଶିବଶଙ୍କର ବଡମୁଣ୍ଡିଙ୍କ ପରିବାର ଅଙ୍ଗନବାଡ଼ିରୁ ଛତୁଆ ଆଣିଥିଲେ । ଶନିବାର ଦିନ ଏହାକୁ ପରିବାର ସଦସ୍ୟମାନେ ଖାଇଥିଲେ । ତେବେ ଛତୁଆ ଖାଇବା ପରେ ପରିବାର ସଦସ୍ୟମାନେ ହଠାତ ଅସୁସ୍ଥ ହୋଇପଡିଥିଲେ । ପେଟରେ ଯନ୍ତ୍ରଣା ହେବା ସହିତ ବାନ୍ତି ହେବାରୁ ସମସ୍ତଙ୍କୁ ତୁରନ୍ତ ରାମଗିରି ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତୁଳସୀ ବଡ଼ମୁଣ୍ଡି ଓ ଗୁଣବତୀ ବଡ଼ମୁଣ୍ଡିଙ୍କର ମୃତ୍ୟୁ ହୋଇଛି । ଦୁଇ ମୃତକ ଶିଶୁ କନ୍ୟା ସମ୍ପର୍କୀୟ ବୋଲି ଜଣାପଡ଼ିଛି । ସେହିପରି ସୁମିତ୍ରା ବଡ଼ମୁଣ୍ଡି ଓ ତାଙ୍କ ବାପା ଅର୍ଜୁନ ବଡ଼ମୁଣ୍ଡି ଅସୁସ୍ଥ ହୋଇଛନ୍ତି । ଅଙ୍ଗନବାଡ଼ି ଛତୁଆ ଖାଇ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି । ମୃତକଙ୍କ ପୋଷ୍ଟମୋର୍ଟମ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଅସୁସ୍ଥଙ୍କୁ ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି। ଏହି ଘଟଣାରେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ୨ ଜଣିଆ ଟିମ ଗଠନ ହୋଇଛି । ଏହି ଟିମ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବ । ପ୍ରକୃତରେ ପିଲାମାନେ ଛତୁଆ ଖାଇଛନ୍ତି ନା ଆଉ କିଛି ଖାଇଛନ୍ତି ଏବଂ କେଉଁଭଳି ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା ତାହାର ପ୍ରକୃତ ତଥ୍ୟ ବାହାର କରିବ ଟିମ ।

Tags: