୨୮ ରେ ଓଡିଶା ଆସୁଛନ୍ତି ୨ କେନ୍ଦ୍ରୀୟ ନେତା

ଭୁବନେଶ୍ୱର : ଆସନ୍ତା କାଲି ଓଡିଶା ଗସ୍ତରେ ଆସୁଛନ୍ତି ୨ କେନ୍ଦ୍ରୀୟ ନେତା I ୨ ହେଭିୱେଟ ନେତାଙ୍କ ମଧ୍ୟରେ ହେବ ଦମଦାର କ୍ୟାମ୍ପେନ I ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସି ପହଁଚୁଛନ୍ତି ଓଡ଼ିଶାରେ I ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁରଠାରେ ନଡ୍ଡାଙ୍କ ପ୍ରଚାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ କଟକ ସାଲେପୁରଠାରେ ପ୍ରଚାର କରିବେ ରାହୁଲ ଗାନ୍ଧୀ। ଆସନ୍ତା କାଲି ଉତ୍କଳ ଗୌରବ ମଧୁବାବୁଙ୍କର ଜୟନ୍ତୀଥିବାରୁ ସ୍ୱାଭିମାନ […]

Samaya Live Picture
Published On

ଭୁବନେଶ୍ୱର : ଆସନ୍ତା କାଲି ଓଡିଶା ଗସ୍ତରେ ଆସୁଛନ୍ତି ୨ କେନ୍ଦ୍ରୀୟ ନେତା I ୨ ହେଭିୱେଟ ନେତାଙ୍କ ମଧ୍ୟରେ ହେବ ଦମଦାର କ୍ୟାମ୍ପେନ I ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସି ପହଁଚୁଛନ୍ତି ଓଡ଼ିଶାରେ I ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁରଠାରେ ନଡ୍ଡାଙ୍କ ପ୍ରଚାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ କଟକ ସାଲେପୁରଠାରେ ପ୍ରଚାର କରିବେ ରାହୁଲ ଗାନ୍ଧୀ। ଆସନ୍ତା କାଲି ଉତ୍କଳ ଗୌରବ ମଧୁବାବୁଙ୍କର ଜୟନ୍ତୀଥିବାରୁ ସ୍ୱାଭିମାନ ଦିବସରେ ମଧୁବାବୁଙ୍କ ଜନ୍ମପୀଠ ସତ୍ୟଭାମାପୁରରୁ ହିଁ ରାହୁଲ ଗାନ୍ଧୀ କଂଗ୍ରେସର ପ୍ରଚାର ଆରମ୍ଭ କରିବେ ବୋଲି ସ୍ଥିର ହୋଇଛି। ଶୁକ୍ରବାର ଜାତୀୟ କଂଗ୍ରେସର ଏକ ଉଚ୍ଚସ୍ତରୀୟ କମିଟି ସାଲେପୁର ଆସି ରାହୁଲଙ୍କ କାର୍ଯ୍ୟକ୍ରମ କିପରି ସଫଳ ହେବ ସେ ନେଇ ହେଉଥିବା ପ୍ରସ୍ତୁତି କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି I

ସେହିପରି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବ୍ରହ୍ମପୁର ଠାରେ ପହଞ୍ଚି ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ ନଡ୍ଡା I ଏହା ସହିତ ଦଳୀୟ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ରୀ I ବ୍ରହ୍ମପୁରରୁ ସଭା ସାରିବା ପରେ ନବରଙ୍ଗପୁରରେ ଏକ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି I ଏନେଇ ସୂଚନା ଦେଇଛନ୍ତି ବିଜେପି ନେତା ସମୀର ମହାନ୍ତି I

ବ୍ରହ୍ମପୁରରେ ଓ ନବରଙ୍ଗପୁର ସଭାରେ ଯୋଗ ଦେଇ ନିର୍ବାଚନ ପାଇଁ ଲୋକଙ୍କ ସହଯୋଗ କାମନା କରିବେ I ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ ଲୋକସଭା ଆସନରୁ ୨ ଲୋକ ସଭା ଆସନ ବ୍ରହ୍ମପୁର ଓ ନବରଙ୍ଗପୁର ଆସନରେ ହୋଇଥବା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନଡ୍ଡା I

ପରସ୍ପର ବିରୋଧୀ ନେତାଙ୍କ ଗସ୍ତକୁ ନେଇ ଦୁଇ ଦଳର କର୍ମୀ ବେଶ ଉତ୍ସାହିତ ହୋଇ ଉଠିଛନ୍ତି। ବିଜେପି ନିଶାଣରେ ଓଡ଼ିଶା ରହିଥିବାରୁ ପାର୍ଟି ପକ୍ଷରୁ ପ୍ରସ୍ତୁତ ‘ରୋଡମ୍ୟାପ୍‌‌ ଅନୁଯାୟୀ ୨୪ରେ ସୋନପୁର ଆସିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଏହାପରେ ୨୮ରେ ଜେପି ନଡ୍ଡା ଓଡ଼ିଶା ଆସି ବ୍ରହ୍ମପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ। ବିଜେପି କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ ନଡ୍ଡା। ଏହାପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନବରଙ୍ଗପୁରରେ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟି ଆଲୋଚନା କରିବେ।

Tags: